ଯାଜପୁର- ବିରଜା କ୍ଷେତ୍ରସ୍ଥ ଚିତାଳୋ ମହାବିଦ୍ୟାଳୟର ପରିସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ଓଡ଼ିଶା) ଆନୁକୂଲ୍ୟରେ ଆନ୍ତ ମହାବିଦ୍ୟାଳୟ ବାଳିକା ଟେନିସ୍ ବଲ୍ କି୍ରକେଟ ପ୍ରତିଯୋଗିତା ଅନୁÂିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ୧୦ଟି କଲେଜରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ ଏନ.ସି. ଜୁନିଅର ମହାବିଦ୍ୟାଳୟ ଓ ଆଂଚଳିକ ଜୁନିୟର ମହାବିଦ୍ୟାଳୟ ନାଥ ସାହି ମଧ୍ୟରେ ଅନୁÂିତ ହୋଇଥିଲା । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଏନ.ସି. ଜୁନିୟର ମହାବିଦ୍ୟାଳୟ ଓ ଚିତାଳୋ ଜୁନିୟର ମହାବିଦ୍ୟାଳୟ ମଧ୍ୟରେ ଅନୁÂିତ ହୋଇଥିଲା । ଶେଷରେ ଚିତାଳୋ ଜୁନିୟର ମହାବିଦ୍ୟାଳୟ ୩ ରନ୍ରେ ଏନ.ସି. ଜୁନିୟର ମହାବିଦ୍ୟାଳୟକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଫାଇନାଲ ମ୍ୟାଚରେ ପ୍ରଥମେ ଟଚ ଜିତି ଚିତାଳୋ ମହାବିଦ୍ୟାଳୟ ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ ହରାଇ ୯୪ ରନ ସଂଗ୍ରହ କରି ମାତ୍ର ୩ ରନରେ ପରାଜୟ ବରଣ କରି ଚମ୍ପିୟାନ ଦୌଡ଼ରୁ ବାଦ ପଡ଼ିଥିଲା । ଦଳ ପକ୍ଷରୁ ଫୁଲ ସର୍ବାଧିକ ୨୨ ରନ୍ କରିଥିଲାବେଳେ ପ୍ରତିପକ୍ଷ ଦଳର ଗାୟତ୍ରୀ ମଲ୍ଲିକ ଦୁଇ ଓଭର ବୋଲିଂ କରି ୩ ୱିକେଟ ଅକ୍ତିଆର କରି ଦଳକୁ ଚମ୍ପିୟାନ କରାଇଥିଲେ । ଏହି ଖେଳରେ ଶ୍ରେÂ କ୍ରୀଡ଼ା ପ୍ରଦର୍ଶନ କରି ଚିତାଳୋ ମହାବିଦ୍ୟାଳୟର ଗାୟତ୍ରୀ ମଲ୍ଲିକଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଉଭୟ ଦଳର ସୁଶ୍ରୀ ରାଉତରାୟ ଓ ଫୁଲଙ୍କୁ ଯୁଗ୍ମ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପ୍ରତିଯୋଗୀତା ଶେଷରେ ମହାବିଦ୍ୟାଳୟର ପ୍ରତିÂାତା ବିଶିଷ୍ଟ ସମାଜସେବୀ ଓ ଶିକ୍ଷାପ୍ରେମୀ ଶ୍ରୀ ବଦ୍ରୀ ନାରାୟଣ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଚମ୍ପିୟାନ ଦଳର ଖେଳାଳୀମାନଙ୍କୁ ତାଙ୍କ ବକ୍ତବ୍ୟରେ ଭୂମି କନ୍ୟା ଭାବରେ ଆଖ୍ୟା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତ ଖେଳାଳୀଙ୍କୁ ଆର୍ଥôକ ପ୍ରୋତ୍ସାହିନ ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ସ୍ୱାଇଁ, ଏନ.ସି. ଜୁନିୟର ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ସୂତାର, ବିରଜା ମହିଳା ମହାବିଦ୍ୟାଳୟର ପ୍ରକାଶ କୁମାର ଲାଲା ପ୍ରମୁଖ ଯୋଗ ଦେଇଥିଲେ । ତିନିଦିନ ଧରି ଆୟୋଜିତ ମ୍ୟାଚ୍କୁ ଡିଗ୍ରୀ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଲୋକନାଥ ମହାପାତ୍ର, ଗଣିତ ବିଭାଗର ଅଧ୍ୟାପକ ତୃପ୍ତିମୟ ପଣ୍ଡା, ଅମ୍ପିୟାର ଭାବରେ ମ୍ୟାଚ ପରିଚାଳନା କରିଥିଲାବେଳେ ଅଧ୍ୟାପକ ରାଜେନ୍ଦ୍ର ବାରିକ, ପ୍ରଭାତ ରଞ୍ଜନ ସାମଲ, ପତିତପାବନ ଦାସ, ପ୍ରଦୀପ କୁମାର ମଲ୍ଲିକ, ନିର୍ମଳ କୁମାର ମଲ୍ଲିକ ଓ ହିମାଂଶୁ ଶେଖର ସାମଲ ପ୍ରତିଯୋଗୀତାର ଧାରା ବିବରଣୀ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ସ୍ୱାଇଁ, କ୍ରୀଡ଼ା ବିଭାଗର ଉପସଭାପତି ପ୍ରବୀର କୁମାର ବରାଳ, ପ୍ରଭାତ ରଞ୍ଜନ ସାମଲ, ଶ୍ରୀନିବାସ ମହାନ୍ତି, ପ୍ରଦୀପ କୁମାର ମଲ୍ଲିକ, ନିର୍ମଳ କୁମାର ମଲ୍ଲିକ, ରାଜେନ୍ଦ୍ର କୁମାର ବାରିକ ଓ ଅଧ୍ୟାପିକା ଶୁଭଶ୍ରୀ ବାରିକ ପ୍ରମୁଖ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜ୍ୟୋତିର୍ମୟ ନାଥଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଅଧ୍ୟାପକ ରାଜେନ୍ଦ୍ର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ କାଉନସିଲର କି୍ରକେଟ ଟିମ ପାଇଁ ସିଲେକ୍ସନ ଅନୁÂିତ ହୋଇଥିଲା । ଏଥିରେ ସିଲେକ୍ସନ ଭାବରେ ବଳଙ୍ଗା ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନରେନ୍ଦ୍ର ସ୍ୱାଇଁ ଓ ନିରୀକ୍ଷକ ଭାବେ ବ୍ରହ୍ମବରଦା କଲେଜର କ୍ରୀଡ଼ା ଶିକ୍ଷକ ଏସ.କେ. ନିଜାମୁଦ୍ଧିନ ଉପସ୍ଥିତ ଥିଲେ ।
Related Stories
April 27, 2025