-
ଦେବଗଡକୁ ଆଗକୁ ନେବାକୁ ହେଲେ ଶିକ୍ଷା, ସଂସ୍କୃତି ସହ କୃଷି ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ- ଧର୍ମେନ୍ଦ୍ର ପ୍ରଧାନ
-
ମୁଁ ଯେବେ ବି ଦେବଗଡକୁ ଆସେ, ମନରେ ବହୁତ ଉତ୍ସାହ ରୁହେ
-
ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ
-
ସଂସ୍କୃତ ନ ପଢିଲେ ଭାରତୀୟ ଜ୍ଞାନ ପରମ୍ପରାକୁ ବୁଝିବା ଅସମ୍ଭବ
-
ଶିକ୍ଷାନୁଷ୍ଠାନ ପରିସରରେ ଥିବା ଭଗବାନ ଶିବ ମନ୍ଦିରରେ ଦର୍ଶନ କଲେ
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ସଂସ୍କୃତ ସବୁଠୁ ପ୍ରାଚୀନ ଭାଷା ବୋଲି ପ୍ରମାଣ ମିଳିଛି । ସଂସ୍କୃତ ଭାଷା, ଆମର ବେଦ ଭାଷା ତଥା ପ୍ରାଚୀନ ଭାଷା । ଏ ସମାଜ ସଂସ୍କୃତିକୁ ଆତ୍ମୀୟତାର ସହ ଗ୍ରହଣ କରିଥିଲା । ସଂସ୍କୃତିରେ ଚାଷ, ଖଣିଜ ସମ୍ପଦ, ବ୍ୟାକରଣ ପ୍ରଜାତନ୍ତ୍ରର ସବୁ ଚରିତ୍ର ଉଲ୍ଲେଖ ଅଛି । ସଂସ୍କୃତ ନ ପଢିଲେ ଭାରତୀୟ ଜ୍ଞାନ ପରମ୍ପରାକୁ ବୁଝିବା ଅସମ୍ଭବ ।
ମୁଁ ଯେବେ ବି ଦେବଗଡକୁ ଆସେ, ମନରେ ବହୁତ ଉତ୍ସାହ ରୁହେ । ଶିକ୍ଷା ଜଗତର ଅନ୍ୟତମ ପୁରାତନ ପେଣ୍ଠସ୍ଥଳୀ ହେଉଛି ଦେବଗଡ । ଏଠାରେ ଅନେକ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଅଛି । ଦେବଗଡ ଜିଲ୍ଲାରେ କୃଷି ଭିତ୍ତିକ ଅର୍ଥନୀତି ସହ ମଧ୍ୟ ଜଡିତ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଗୁଣାତ୍ମକ ପାଠପଢା ସହ ସଂସ୍କୃତ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ହେବ । ଜ୍ଞାନ ସହ ଏଠାକାର କୃଷି ପରମ୍ପରାକୁ ପ୍ରାଥମିକତା ଦେବାକୁ ପଡିବ ।
୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲା । ଏହାକୁ ରୂପ ଦେବାରେ ଦିଗରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ । ସଂସ୍କୃତ ତଥା ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଥିଲା । ତାଙ୍କର ପରମ୍ପରାକୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ।
ଗ୍ରାମବାସୀଙ୍କ ସଦିଚ୍ଛା କାରଣରୁ ସାମାଜିକ ମନୋରମ ପରିବେଶରେ ପ୍ରତିଷ୍ଠିତ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟଟି ଉଚ୍ଚକୋଟୀର ଅନୁଷ୍ଠାନ ଭାବେ ପରିଣତ ହୋଇପାରିଛି । ଏକ ଉପାନ୍ତ ଅଞ୍ଚଳରେ ପୂଜ୍ୟ ସ୍ୱାମୀ ଶିବାନନ୍ଦଙ୍କ ଆଦର୍ଶରେ ଏହି ଶିକ୍ଷାନୁଷ୍ଠାନ ସ୍ୱରୂପ ମଲ୍ଲି ପ୍ରସ୍ଫୁଟିତ ହୋଇ ୨୫ ବର୍ଷ ପୂରଣ କରିବା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବର ବିଷୟ ।
ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଭଗବାନ ଶିବ ମନ୍ଦିରରେ ଦର୍ଶନ କରିଥିଲେ ।