ମାଲକାନଗିରି,ଦୀର୍ଘଦିନ ଧରି ବ୍ୟବସ୍ଥା ସମିତି ନଥାଇ ଗୋବିନ୍ଦ ପାଲ୍ଲୀ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପରିଚାଳନା ଉପଜିଲ୍ଲାପାଳଙ୍କ ସଭପତିତ୍ବରେ ଚାଲି ଆସୁଥିଲା । ତେବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନୂଆ ସମିତି ଗଠନ ପାଇଁ ଅନୁମୋଦନ ଦେବା ପରେ ଶିକ୍ଷାବିତ୍ ହରିଶ୍ଚନ୍ଦ୍ର ପରିଡା ବ୍ୟବସ୍ଥା ସମିତିର ସଭାପତି ଦାୟିତ୍ଵ ଆଜି ନେଇଛନ୍ତି । ତାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରୈଲୋକ୍ୟନାଥ ସାହୁଙ୍କ ସହିତ ସମସ୍ତ କର୍ମଚାରୀ ଓ ଅଧ୍ୟାପକମାନେ ଫୁଲ ତୋଡା ଦେଇ ସ୍ବାଗତ କରିଛନ୍ତି । ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ଭିତରେ ନୂଆ ସମିତି ଗଠନ ନେଇ ଏକ ଉତ୍ସାହ ଦେଖିବାକୁ ମିଳିଛି । ପ୍ରତ୍ୟେକ ଅନୁମୋଦନ ଓ ପରିଚାଳନା ପାଇଁ ବହୁତ ବ୍ୟସ୍ତ ରହୁଥିବା ଉପଜିଲ୍ଲାପାଳଙ୍କ ନିକଟକୁ ୫୦ କିଲୋମିଟର ଯିବାକୁ ପଡୁଥିଲା, ତେଣୁ କଲେଜର ଅନେକ କାମ ସମୟ ଅନୁସାରେ ହେଉଥିବା ଅସୁବିଧାରୁ ମୁକ୍ତି ମିଳିବା ସହିତ ଆଗକୁ ଠିକ ସମୟରେ ସବୁ ଉନ୍ନତିମୁଳକ କାମ ସହଜରେ ହୋଇପାରିବ ଓ କୌଣସି ନିର୍ଣୟ ନେବା ସହଜ ହେବ ବୋଲି ମତ ପ୍ରକାଶ ପାଇଛି । ନିଜେ ହରିଶ୍ଚନ୍ଦ୍ର ପରିଡା ଜଣେ ଶିକ୍ଷାବିତ ହୋଇଥିବାରୁ ତାଙ୍କ ଦାୟିତ୍ଵ ନେବାପରେ ଅଞ୍ଚଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ ବୋଲି ଆକଳନ କରାଯାଉଛି।
Related Stories
November 1, 2024