ଭୁବନେଶ୍ୱର – ବଣମଲ୍ଲୀ ବଣରେ ଫୁଟି ମଉଳି ଯାଏନାହିଁ, ବରଂ ସେ ତାହାର ସୁଗନ୍ଧରେ ସାରା ପୃଥିବୀକୁ ମହକିତ କରିଥାଏ- ଏହି କଥାକୁ ପ୍ରମାଣିତ କରିପାରିଛନ୍ତି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ଏକ ଅପହଂଚ ଅଂଚଳ ବାନ୍ଦୁଡ଼ିର ଆଦିବାସୀ ଝିଅ ଝୁଲିମା ମଲ୍ଲିକ । ଆଜି ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଅବସରରେ ୟୁ ଏନ୍ ହାଉସ୍, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଝୁଲିମାଙ୍କୁ ସମ୍ମାନ ଜନକ ଭି. ଆୱାଡର଼୍ରେ ସମ୍ମାନିତ କରାଯାଇଅଛି । ସାରା ଭାରତରୁ ୧୦ଜଣଙ୍କୁ ଏହି ଆୱାଡର଼୍ ମିଳିଥିବାବେଳେ ଓଡ଼ିଶାରୁ ଏକ ମାତ୍ର ଝିଅ ହିସାବରେ ଝୁଲିମାଙ୍କୁ ଏହି ଆୱାଡର଼୍ ପ୍ରଦାନ କରାଯାଇଅଛି । କନ୍ଧମାନ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁÂାନ ସ୍ୱାତୀ ଓ ସେଭ ଦି ଚିଲଡ୍ରେନ ଦ୍ୱାରା ସେ ସ୍ୱେଚ୍ଛାସେବୀ ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲେ ୨୦୧୬ ମସିହାରେ । ଏହି ସମୟ ମଧ୍ୟରେ ସେ ମୁଖ୍ୟତଃ ବାଲ୍ୟ ବିବାହ ବିରୋଧ, ବାଳିକା ଶିକ୍ଷାର ପ୍ରଚାର ପ୍ରସାର, ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଜନସାଧାରଣ ମୁଖ୍ୟତଃ କିଶୋରୀ ବାଳିକାମାନଙ୍କୁ ସଚେତନ କରିବା ସହିତ ଶିଶୁ ଅଧିକାର ଦିଗରେ କାର୍ଯ୍ୟ କରିଛନ୍ତି । ବର୍ତମାନ କ. ନୂଆଗାଁ ବ୍ଲକସ୍ତରୀୟ ଅନନ୍ୟା ବାଳିକା ମହାସଂଘର ସେ ସଭାନେତ୍ରୀ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଝୁଲିମା ନିଜର ପ୍ରଚେଷ୍ଟାରେ ନିଜର ବାହାଘର ବନ୍ଦ କରିବା ସହିତ ୧୨ଗୋଟି ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇପାରିଛନ୍ତି । ଏହି ସମ୍ମାନ ପାଇ ଯେ ସେ ଏତିକିରେ ଅଟକିଯିବେ ତାହା ନୁହେଁ ବରଂ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଝୁଲିମା କହିଛନ୍ତି ।
Related Stories
November 23, 2024