କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ତ୍ରିନାଥ କ୍ଷୁଦ୍ର ବ୍ୟବସାୟୀ ସଂଘ ପୁରୀ ତରଫରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା |ଲୋକନାଥ ବେହେରା ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାର୍ଶ୍ୱରେ ଡାଲା, ଚାଙ୍ଗାଡା ଧରି ବସି ବ୍ୟବସାୟ କରି ପରିବାର ପୋସୁଥିବା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଜିଲ୍ଲା ପ୍ରଶାସନ ଗତ କାର୍ତ୍ତିକ ମାସ ପଞ୍ଚୁକ ସମୟରେ ୭ ଦିନ ପାଇଁ ବ୍ୟବସାୟ ବନ୍ଦ କରିବାକୁ ପ୍ରଶାସନ ତରଫରୁ କୁହାଯାଇଥିଲା |ଆମ୍ଭେ ମାନେ ପ୍ରଶାସନର ନିର୍ଦ୍ଦେଶ ମାନି ବ୍ୟବସାୟ ବନ୍ଦ କରିଥିଲୁ କିନ୍ତୁ ଆମ୍ଭେ ସହଯୋଗ କରିବା ପରେ ଦୁଃଖର କଥା କାର୍ତ୍ତିକ ମାସଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ପାଇଁ କୌଣସି ବ୍ୟବସ୍ଥା ପ୍ରଶାସନ କଲେ ନାହିଁ । ବାରମ୍ବାର ପ୍ରଶାସନଙ୍କୁ ଦେଖା କଲେ ମଧ୍ୟ କୌଣସି ବ୍ୟବସ୍ଥା କଲେ ନାହିଁ । ସମସ୍ତ ଆଶା ତୁଟି ଯିବା ପରେ ଆମ୍ଭେମାନେ ବାଧ୍ୟ ହୋଇ ୦୯/୦୨/୨୦୨୩ ରିଖ ଗୁରୁବାର ଦିନ ସକାଳ ୧୧ ଘଟିକା ସମୟରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ |ଏହି ଧାରଣାରେ ସଂଘର ଲୋକନାଥ ବେହେରା,ପ୍ରମୋଦ ନାୟକ ଏବଂ ଜଗନ୍ନାଥ ଦେଓ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ |
Related Stories
November 23, 2024