କନ୍ଧମାଳ, ଗୁରୁବାର ପୂର୍ବାହ୍ନ ୧୧ ଟା ସମୟରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ବହୁ ବିଳମ୍ବିତ ନିର୍ବାଚନ ପାଇଁ ସଂଘର ବହୁ ବରିଷ୍ଠ ସଭ୍ୟ ଫୁଲବାଣୀ ଟାଉନ୍ ଥାନା ନିରୀକ୍ଷକଙ୍କ ଆମନ୍ତ୍ରଣ କ୍ରମେ ଥାନାରେ ଏକତ୍ରିତ ହୋଇ ନିଜ ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ଯଦିଓ ସଂଘର କର୍ମକର୍ତ୍ତାମାନଙ୍କ କାର୍ଯ୍ୟକାଳ ୨୦୨୧ ମସିହା ଅକ୍ଟୋବର ମାସ ଠାରୁ ଶେଷ ହୋଇସାରିଛି। ବହୁ ଅଯୌକ୍ତିକ କାରଣ ଦର୍ଶାଇ ଗତ ୧୬ ମାସ ହେଲା ପରେ ସଂଘର କୌଣସି କାର୍ଯ୍ୟ ନକରି କାମଚଳା ସଭାପତି ନିର୍ବାଚନକୁ ବାରମ୍ବାର ଘୁଞ୍ଚାଇଦେଵା କାର୍ଯ୍ୟ ପାଇଁ ସଂଘ ର କେତକ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ବର୍ତ୍ତମାନର କାମଚଳା ସଭାପତି ବୋଲାଉଥିବା ରାଜକିଶୋର ବେହେରାଙ୍କ କାଳକ୍ଷେପଣ ନୀତି ପାଇଁ ବହୁ ସଭ୍ୟ ଦୃଢ ପ୍ରତିବାଦ ଜଣାଇଥିଲେ। ଟାଉନ୍ ଥାନା ପୋଲିସର ହସ୍ତକ୍ଷେପ ଫଳରେ ସଂଘର କର୍ମକର୍ତ୍ତାମାନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଵାରୁ ସେମାନେ କୌଣସି ପଦପଦବୀରେ ରହିପାରିବେ ନାହିଁ, ଅର୍ଥାତ୍ କାର୍ଯ୍ଯକାରିଣୀ କମିଟିକୁ ଭାଙ୍ଗି ଦେବାର ନିଷ୍ପତ୍ତି ନିଆଗଲା।
ଟାଉନ୍ ଥାନାର ହସ୍ତକ୍ଷେପ ଫଳରେ ୩୧ ମାର୍ଚ୍ଚ, ୨୦୨୩ ପର୍ଯ୍ୟନ୍ତ ନୂତନ ଭାବେ ସଭ୍ୟ ସଂଗ୍ରହ କରାଯାଇ ନିର୍ବାଚନ ଏପ୍ରିଲ, ୨୦୨୩ ସୁଦ୍ଧା ଶେଷ କରି ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଟାଉନ୍ ଥାନା ପୋଲିସ ତରଫରୁ ସବ୍-ଇନିସପେକ୍ଟରଙ୍କ ଆଵାହକତ୍ଵରେ ସର୍ବଶ୍ରୀ ରାଜକିଶୋର ବେହେରା, ସର୍ବେଶ୍ବର ମିଶ୍ର, ପ୍ରମୋଦ କୁମାର ପଟ୍ଟନାୟକ, ସୁବଳ ଵେହେରା, ପ୍ରଣବ ମଣ୍ଡଲ, ନବକିଶୋର ରଥ, ଵ୍ରହ୍ମାନନ୍ଦ ପାଣିଗ୍ରାହୀ, ନବୀନ କିଶୋର ପଣ୍ଡା ,ବିକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ସଂଘର ବିଭିନ୍ନ କାର୍ଯ୍ୟକଳାପ ତଥା ପଦକ୍ଷେପ ଵିଷୟରେ ନିଜ ନିଜର ମତ ପ୍ରକାଶ କରିଥିଲେ । ବର୍ତ୍ତମାନ ସଂଘର ଦୁଇଟି ଗୋଷ୍ଠୀ ମଧ୍ୟରେ ସଭ୍ୟ ସଂଗ୍ରହ କରାଯିବାକୁ ପଦକ୍ଷେପ ନିଆଯିବାପାଇଁ ସ୍ଥିର କରାଗଲା। କୌଣସି ରସିଦ ବହି ଅସିଦ୍ଧ ନୁହେଁ ବୋଲି ପୋଲିସ ମତବ୍ୟକ୍ତ କରିଥିଲେ।