ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ବ୍ରଜନଗର ଦ୍ଵିତୀୟ ଲେନ୍ ରେ ରହୁଥିବା ବସନ୍ତ କୁମାର ଦାଶଙ୍କ ବ୍ୟାଙ୍କ ଆକାଉଂଟରୁ ୮୨ ହଜାର ଟଙ୍କା ଗାଏବ୍ ହୋଇଥିବା ଜଣାପଡିଛି । ତାଙ୍କ ବ୍ୟାଙ୍କ ଆକାଉଂଟ ଭାବିନିପୁର ଏସବିଆଇ ଶାଖାରେ ରହିଛି । ତାଙ୍କ ପାଖକୁ କୌଣସି ଓଟିପି, ମେସେଜ୍ କିମ୍ବା କଲ୍ ଆସିନଥିଲେ ମଧ୍ୟ ଏହି ଟଙ୍କା କିପରି ବ୍ୟାଙ୍କ ଆକାଉଂଟରୁ ଗାଏବ୍ ହୋଇଛି, ସେ ସମ୍ପର୍କରେ ସେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ପ୍ରଶ୍ନ କରିବା ସହ ଏହି ଟଙ୍କା ଆକାଉଂଟକୁ ଫେରସ୍ତ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ବ୍ୟାଙ୍କ କର୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିବା ବସନ୍ତ ଅଭିଯୋଗ କରିଛନ୍ତି । ତେଣୁ ସେ ଆଜି ବାଧ୍ୟ ହୋଇ ଏ ସଂକ୍ରାନ୍ତରେ ବ୍ରହ୍ମପୁର ସାଇବର ଥାନାରେ ଏତଲା କରିଛନ୍ତି ।
Related Stories
November 1, 2024