-
ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି
-
ପିଲା ମାନଙ୍କୁ ସଂସ୍କାର ପ୍ରଦାନରେ ପରିବାର ଓ ମାଙ୍କ ଭୂମିକା ସବୁଠାରୁ ଅଧିକ
ଭୁବନେଶ୍ୱର, ଯେ ପର୍ଯ୍ୟନ୍ତ ଆମେ ଆତ୍ମା ଶୁଦ୍ଧି ଉପରେ ମହତ୍ତ୍ୱ ନ ଦେବା ସେ ପର୍ଯ୍ୟନ୍ତ ଶରୀର ଶୁଦ୍ଧି ସମ୍ଭବ ନୁହେଁ । ଶରୀର ଓ ଆତ୍ମା ଆମ ଉଭୟକୁ ଶୁଦ୍ଧି କରିବାକୁ ହେବ । ଶରୀର ଶୁଦ୍ଧି ପାଇଁ ଅନେକ କିଛି କରୁଛୁ । ହେଲେ ଆତ୍ମାର ଶୁଦ୍ଧି ପାଇଁ ମଧ୍ୟ ଆମକୁ ପ୍ରୟାସ କରିବାକୁ ପଡିବ । ଏଥି ପାଇଁ ବାହାରର ବସ୍ତୁର ଆବଶ୍ୟକତା ନାହିଁ, ଯୋଗ ଓ ଧ୍ୟାନର ଆବଶ୍ୟକତା ରହିଛି । ଭୁବନେଶ୍ୱରରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି ।
ସେ କହିଛନ୍ତି ଯେ କେବଳ ସାମାଜିକ ଓ ଆର୍ôଥକ ଉତ୍ଥାନ ହେଲେ ସମାଜର ଉତ୍ଥାନ ହୋଇ ପାରିବ ନାହିଁ । ଏହା ଅଧୁରା ହେବ । ଆତ୍ମିକ ବା ଆଧ୍ୟାତ୍ମିକ ବିକାଶ ମଧ୍ୟ ଜରୁରୀ । ଭାରତ ଦିନେ ବିଶ୍ୱଗୁରୁ ଥିଲା । ସେତେବେଳେ ଆଧ୍ୟାତ୍ମିକ ବିକାଶ ଦ୍ୱାରା ଏପରି ହୋଇପାରିଥିଲା । ଶରୀର ସୁସ୍ଥ ହେବା ସହ ଆତ୍ମାକୁ ମଧ୍ୟ ବଳ ମିଳିବା ଆବଶ୍ୟକ ।
ଯୋଗ ମାଧ୍ୟମରେ ଆମେ ସୁଖରେ ରହିବା ସମେତ ଶାନ୍ତିରେ ରହି ପାରିବା । ମାନସିକ ଶାନ୍ତିର ମାର୍ଗ ହିଁ ଯୋଗ । ଯୋଗ କହିଲେ ଆମେ ସାଧାରଣତଃ ଶାରୀରିକ ପ୍ରକିୟା ବୋଲି ବୁଝିଥାଉ । ହେଲେ ମୋ ମତରେ ଯୋଗ କହିଲେ ଶରୀର ଓ ଆତ୍ମାର ଯୋଗ ।
ସେ କହିଛନ୍ତି ଯେ ଭୌତିକ ଆଶା ଓ ଆକାଂକ୍ଷା ବଢି ବଢି ଚାଲିଛି । ଆମେ ଆଧ୍ୟାତ୍ମିକତା ପ୍ରତି ଧ୍ୟାନ ଦେଉ ନାହୁଁ । ସବୁ ଲୋକ ମାନଙ୍କର ସମସ୍ତ ଆଶା ଆକାଂକ୍ଷା ପୂର୍ଣ ହୋଇ ପାରିବ ନାହିଁ । ତେଣୁ ଜୀବନରେ ସନ୍ତୁଷ୍ଟତା ଆବଶ୍ୟକ । ଏହା ଯୋଗ ଦ୍ୱାରା ସମ୍ଭବ ହୋଇ ପାରିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଜ୍ଞାନପ୍ରଭା ମିଶନ ମାତୃଶକ୍ତି ଉତ୍ଥାନର କାମ କରୁଛି । ନାରୀ ଚିର ନମସ୍ୟ ନାରୀ ନାରାୟଣୀ । ଏଭଳି ଏକ ପ୍ରତିଷ୍ଠାନର ଉତ୍ସବରେ ଯୋଗଦାନ କରି ମୁଁ ଆନନ୍ଦିତ । ଆଦର୍ଶ ଜନନୀଙ୍କ ନାମରେ । ପରମହଂସ ଯୋଗାନନ୍ଦଙ୍କ ମାଙ୍କ ନାମରେ ଏହାର ନାମକରଣ ହୋଇଛି ।
ସେ ଯେ ସେମାନେ ନିଜର ମାତା ପିତା, ବୟସ୍କ ଲୋକ ମାନଙ୍କୁ, ପୀଡିତ ମାନଙ୍କୁ ସେବା କରିବାକୁ ଆହ୍ହାନ କରିଥିଲେ ।
ସେ କହିଥିଲେ ଯେ ପିଲା ମାନଙ୍କୁ ସଂସ୍କାର ପ୍ରଦାନ କରିବାକୁ ପରିବାର ଓ ବିଶେଷ ଭାବେ ମା ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି କହିଥିଲେ ।
ରାଷ୍ଟ୍ରପତି ତାଙ୍କର ନିଜର ବ୍ୟକ୍ତିଗତ ଅନୁଭୁତିକୁ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ କ୍ଷଣ ଆସିଥିଲା ଯେତେବେଳେ ସେ ଭାଙ୍ଗି ପଡିଥିଲେ । ହେଲେ ଏଭଳି ଏକ ସମୟରେ ସେ ଯୋଗ ସହ ଯୋଡି ହୋଇଥିଲେ । ଏହା ପରେ ତାଙ୍କର ଆତ୍ମ ବିଶ୍ୱାସ ଆସିଲା । ସେ କହିଛନ୍ତି ଯେ ଯୋଗ ସହ ମୁଁ ଯୋଡି ହୋଇ ନ ଥିଲେ ମୁଁ ଆଜି ଯେଉଁଠି ଅଛି ତାହା କରି ପାରନ୍ତି ନାହିଁ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେ୍ନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ ।