ଭୁବନେଶ୍ୱର,ଆଧ୍ୟାତ୍ମିକତା ସହ ମାତୃଶକ୍ତିର ପ୍ରାସଙ୍ଗିକତାକୁ ଯୋଡା ନ ଗଲେ ସମାଜର ଅଗ୍ରଗତି ଅସମ୍ଭବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜ୍ଞାନପ୍ରଭା ମିଶନ’ର ପ୍ରତିଷ୍ଠା ଦିବସ-୨୦୨୩ରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସମସ୍ତ ବୈଜ୍ଞାନିକ ପ୍ରୟୋଗର ମୂଳ ପ୍ରୟୋଗଶାଳା ହେଉଛି ମାତୃଶକ୍ତି । ଜ୍ଞାନପ୍ରଭା ମିଶନର ଏହି ଲକ୍ଷ୍ୟକୁ ଆମେ ସମସ୍ତେ ଓଡ଼ିଶାର ଗୋଟିଏ ମଡେଲ ଭାବେ ତିଆରି କରି ବିଶ୍ୱକୁ ପ୍ରଭାବିତ କରିବାର ଦାୟିତ୍ୱ ନେବା
ସେ କହିଛନ୍ତି ଯେ ନିକଟରେ ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ‘ନାରୀଶକ୍ତି’ କବିତାର ପଂକ୍ତି “ବସୁନ୍ଧରା ତଳେ ଭାରତରମଣୀ, ନୁହେଁ ହୀନ ନୁହେଁ ଦିନ, ଅମର କୀରତି କୋଟି ଯୁଗେ, କେଭେଁ ଜଗତୁଁ ନୋହିବ ଲୀନ” ଉଲ୍ଲେଖ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।