ଭୁବନେଶ୍ୱର, ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନସିଏସସିଡିଏ) , ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମ ମାନେ ମଧ୍ୟ ଭାଗ ନେଇ ପାରିବେ | ଏହା ୧୪ ଫେବୃୟାରୀ ୨୦୨୩ ରେ ଏନସିଏସସିଡ଼ିଏ କ୍ଯାମ୍ପସ ପରିସରରେ ଅନୁଷ୍ଠିତ ହେବ।
ସକାଳ ୯ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ୧୮ ବର୍ଷ ରୁ ୩୫ ବର୍ଷ ବୟସ ସୀମା ବିଶିଷ୍ଚ ଓ ୧୦ମ ତଳକୁ ଏବଂ ତାଠାରୁ ଊର୍ଦ୍ବ ଶିକ୍ଷାଗତ ଯୋଗ୍ୟତା ବିଶିଷ୍ଟ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମ ମାନେ ଯୋଗ ଦେଇ ପାରିବେ ।
ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ଉତ୍ପାଦନ , ଗ୍ରାହକ କେୟାର ଏକ୍ଜିକ୍ୟୁଟିଭ୍, ସେଲ୍ସ ଆସୋସିଏଟ୍, ଟେଲି ମାର୍କେଟିଂ ପ୍ରାୟ ୩୫୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ୫ରୁ ଅଧିକ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି । ଦଶମଠୁ କମ ଶିକ୍ଷାଗତ , ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ।
ତେଣୁ, ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର(ଯେଉଁ ମାନେ ଭିନ୍ନକ୍ଷମ) ଏବଂ ବାୟୋ ଡାଟା ଇତ୍ୟାଦି ଡକ୍ୟୁମେଣ୍ଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି | ଅଧିକ ସୂଚନା ପାଇଁ ୦୬୭୪୨୩୫୨୩୧୭ରେ ସମ୍ପର୍କ କରିପାରିବେ ବୋଲି କାର୍ଯ୍ୟାଳୟ ମୁଖ୍ୟ ସୋନାଲିକା ସୁମନ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।