ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡାମ୍ବ ଗ୍ରାମ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଡ଼ପଡ଼ା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ବଡ଼ପଡ଼ା ମଣ୍ଡଳ ସଭାପତି ଦାସ ଗୋଲେରିଙ୍କ ନେତୃତ୍ଵ ରେ ହୋଇଥିଲା। ସର୍ବ ପ୍ରଥମେ ଅତିଥି ମାନଙ୍କୁ ମଞ୍ଚରେ ମଞ୍ଚାସୀନ ହେବା ପାଇଁ ମଣ୍ଡଳ ସଭାପତି ଶ୍ରୀ ଗୋଲେରି ଆମନ୍ତ୍ରିତ କରିଥିଲେ। ତା ପରେ ଭାରତମାତାଙ୍କ ତୈଳ ଚିତ୍ରରେ ଅତିଥି ମାନେ ଧୂପ ପୁଷ୍ପ ଦେଇ ପୂଜା କରିବା ପରେ ବୈଠକ ଆରମ୍ଭ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ନିର୍ବାଚନ ଆସୁଥିବାରୁ କିପରି ସଂଗଠନ ମଜବୁତ୍ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସମ୍ପାଦକ ଜଳନ୍ଧର ନାୟକ, ଭାରତୀୟ ଜନତା ଯୁବମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ବେହେରା, ଚିତ୍ରକୋଣ୍ଡା ମଣ୍ଡଳ ସଭାପତି ହେମନ୍ତ ଶଗଡ଼ିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୟରାମ ପୁନା, ଚିତ୍ରକୋଣ୍ଡା ମଣ୍ଡଳର ସାଧାରଣ ସମ୍ପାଦକ ଉଦୟ ଖିଲ, ବଡ଼ପଡ଼ା ମଣ୍ଡଳର ସାଧାରଣ ସମ୍ପାଦକ ଧନ ଗୋଲୋରି ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲା ବେଳେ ମଣ୍ଡଳର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। ଶେଷରେ ମଣ୍ଡଳ ସଭାପତି ଶ୍ରୀ ଗୋଲେରି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ବୈଠକ ସାଙ୍ଗ କରିଥିଲେ।