ଭୁବନେଶ୍ୱର, ଆଗାମୀ ଫେବୃଆରୀ ୧୦ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବାରୁ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୦୦ରୁ ଅଧିକ ଅଫିସର ନିୟୋଜିତ ହେବେ । ବ୍ଲୁ ବୁକ୍ ଆଧାରରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦିଆଯିବ । ସେହିପରି -ସାଦା ପୋଷାକଧାରୀ ପୋଲିସ ସହ ରୁଫ୍ଟପ୍ ସୁରକ୍ଷାକର୍ମୀ ମୁତୟନ ହେବେ ବୋଲି ସୂଚନା ମିଛି । ଅନ୍ୟ ପକ୍ଷରେ କମିଶନରେଟ୍ ପୋଲିସ ଗୁରୁବାର ଦିନ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କାରକେଡ୍ ରିହର୍ସାଲ୍ କରିବ ।
ଉଲ୍ୱେଖନୀୟ ଯେ ଫେବ୍ରୁଆରି ୧୦ ତାରିଖ ଶୁକ୍ରବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ ।