-
୨୦୨୩-୨୪ ଆର୍ôଥକ ବର୍ଷରେ ଜିଡିପି ୬.୪ ପ୍ରତିଶତ ରହିବାର ଅନୁମାନ – ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ/ ମୁମ୍ବାଇ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ରେଟପେ ୦.୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛି । ଏହି ବୃଦ୍ଧି ସହ ରେପୋ ରେଟ ବଢି ୬.୫୦ ପ୍ରତିଶତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କ ଦ୍ୱାରା ବୃଦ୍ଧି କାରଣରୁ ହୋମ ଲୋନ ଗୁଡିକରେ ଇଏମଆଇ ବୃଦ୍ଧି ପାଇବ ।
ଆରବିଆଇର ଗଭର୍ଣର ଶକ୍ତିକାନ୍ତ ଦାସ ବୁଧବାର ଦିନ ମୌଦ୍ରିକ ନୀତି ସମିତି (ଏମପିସି)ର ତିନି ଦିନ ଧରି ଚାଲିଥିବା ସମୀକ୍ଷା ବୈଯକ ପରେ ରେପୋ ରେଟରେ ୦.୨୫ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଥିଲେ । ସେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏମପିସିର ଛଅ ଜଣ ସଦସ୍ୟ ମାନଙ୍କ ମଧ୍ୟରୁ ଚାରି ଜଣ ରେପୋ ରେଟ ବଢାଇବା ପକ୍ଷରେ ସହମତି ପ୍ରଦାନ କରିଛନ୍ତି ।
ସେ କହିଛନ୍ତି ଯେ ଜାନୁଆରୀ –ମାର୍ଚ ୨୦୨୩ରେ ଉପଭୋକ୍ତା ମୂଲ୍ୟ ସୂଚକାଂକ (ସିପିଆଇ) ଆଧାରିତ ମୁଦ୍ରାସ୍ଫିତି ହାର ୫.୬ ପ୍ରତିଶତ ରହିବାର ଅନୁମାନ ରହିଛି । ଗତ ବର୍ଷ ଏହି ସମୟରେ ଏହାର ହାର ୫.୯ ପ୍ରତିଶତ ରହିଥିଲା ।
ଆରବିଆଇ ଗଭର୍ଣର ୨୦୨୩-୨୪ ଆର୍ôଥକ ବର୍ଷରେ ଜିଡିପି ୬.୪ ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି ।