-
ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ ମୁଣ୍ଡ
ଭୁବନେଶ୍ୱର, ନବ ଦାସ ହତ୍ୟା ମାମଲାରେ ରାଜ୍ୟ ପୋଲିସକୁ ପୁଣି ଥରେ କାଠଗଡାରେ ଠିଆ କରାଇଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ନବ ଦାସଙ୍କ ହତ୍ୟାର କାରଣ ଖୋଜୁନି ପୋଲିସ । ଏହା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ ରହିଛି । ଗୋପାଳ ଦାସ କେବଳ ଜଣେ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ତାର କାରଣ ଖୋଜିବା ପାଇଁ ପୋଲିସ ଚେଷ୍ଟା କରୁନି । ଓଡିଶା ପୋଲିସ ତଦନ୍ତ ନାଁ ରେ କେବଳ ଡ୍ରାମା କରୁଛି । ଗୋପାଳର ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରୁଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ବି ତଥ୍ୟ କି କାରଣ ବି ବାହାରି ପାରିଲନି । ଲିପାପୋତି କରି ଏହି ଘଟଣାକୁ ସମ୍ପୂର୍ଣ୍ଣ ଚାପି ଦେବେ ରାଜ୍ୟ ସରକାର ।