ଭୁବନେଶ୍ୱର, ନବ ଦାସ ହତ୍ୟା ମାମଲାର କ୍ରାଇମ ବ୍ରାଂଚ ତଦନ୍ତ ଚାଲିଥିବା ବେଳେ ତଦନ୍ତ ତଦାରଖ ଦାୟିତ୍ୱରେ ଥିବା ଜଷ୍ଟିସ ଜେ.ପି. ଦାସ ଅପରାଧ ହୋଇଥିବା ସ୍ଥାନର ଅନୁଧ୍ୟାନ କରିଛନ୍ତି । ସେ ଉକ୍ତ ସ୍ଥାନକୁ ଅନୁଧ୍ୟାନ କରିବା ପୂର୍ବରୁ ପୋଲିସ ମହାନିର୍ଦେଶକ ସୁନୀଲ ବଂସଲ ମଧ୍ୟ ଉକ୍ତ ସ୍ଥାନକୁ ଅନୁଧ୍ୟାନ କରିଥିଲେ ।
କ୍ରାଇମ ସ୍ପଟ୍ ଅନୁଧ୍ୟାନ ପରେ ଜଷ୍ଟିସ ଜେ.ପି. ଦାସ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ -ମାମଲାର ତଦନ୍ତ ଠିକ ବାଟରେ ଚାଲିଛି । ହତ୍ୟା ଉଦ୍ଦେଶ୍ୟ ନେଇ ଖୋଳତାଡ ଚାଲିଛି ।