ରାଉରକେଲା,ରାଉରକେଲା ସରକାରୀ ମହା ବିଦ୍ୟାଳୟ ଯାହା ପାନପୋଷ ଠାରେ ରହିଛି ଏହାର ପାଚେରୀ ଭାଙ୍ଗି ନଇଁପଡିଛି,ଆଉଗୋଟିଏ ପାଚେରୀ ନଇଁପଡିଛି,କଲେଜ ଭିତରେ ଥିବା ପରୀକ୍ଷା ବିଭାଗର ହଲରେ ଫାଟ ନେଇ ବାରମ୍ବାର କଲେକ ଅଧ୍ୟକ୍ଷ ରାଉରକେଲା ପୁର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚିଠିଲେଖିଥିଲେ ବି ସେ କର୍ଣପାତ କଲେନି ଫଳରେ ଗତକାଲି ରାତିରେ କଲେଜର ଅସ୍ଥାୟୀ ସୁରକ୍ଷା କର୍ମୀ ଭାବେ ନିୟୋଜିତ ମହିଳାଙ୍କର ଜଣେ ପୁଅ ପାଚେରୀ ତଳେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅବସ୍ତାରେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି । ମୃତକ ହେଲେ କୈଳାଶ ଜେନା (୩୪)ଓ ଆହତ ହେଲେ ସୁରେଶ ଜେନା ତାଙ୍କ ସାନ ଭାଇ,ଏଭଳି ଅବସ୍ତାକୁ ଦେଖି ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ନେଇ କଲେଜ କର୍ତୁପକ୍ଷ ଚିନ୍ତାରେ ରହିଛନ୍ତି । । ଖବରରୁ ପ୍ରକାଶ ଯେ, ୧୯୯୧ ମସିହାରେ ମହା ବିଦ୍ୟାଳୟରେ ଅସ୍ଥାୟୀ ଭାବେ ରାତ୍ରୀ ଜଗୁଆଳୀ ଭାବେ କାମ ଲାଗି ମୃତକଙ୍କ ବାପାଙ୍କୁ ସେ ସମୟରେ ରଖାଜିବା ସହ କଲେଜ ପରିସରରେ ଏକ ଘର ତିଆରି କରି ପୁର୍ତବିଭାଗ ଦେଇଥିଲା । କାଳ କ୍ରମେ ସେ ଅସୁସ୍ଥ ହେବାରୁ ତାଙ୍କ ପତ୍ନୀଙ୍କୁ ଛାତ୍ରୀ ନିବାସ ୨ ର ଜଗୁଆଳୀ ଭାବେ ଅସ୍ଥାୟୀ ଭାବେ ରଖାଯାଇଛି ।ତେବେ ତାଙ୍କ ଦୁଇ ପୁଅ ସ୍ୱର୍ଗତ କୈଳାଶ ଓ ଆହତ ପୁଅ ସୁରେଶ ମଧ୍ୟ ପରିବାର ସହ ସେଠାରେ ରହୁଥିଲେ । ତେବେ ମହା ବିଦ୍ୟାଳୟର ବର୍ତମାନ ଶୁଦ୍ଧା ୩୦ କୋଟୀ ଟଙ୍କାର କାମ ସରି ଆହୁରୀ କୋଟି କୋଟୀ ଟଙ୍କାର କାମ ଚାଲିଥିବା ବେଳେ,ଘଟଣା ସ୍ଥଳରେ ଥିବା ପାଚେରୀ ନଇଁ ପଡିଛି ସେ ନେଇ ଅଧ୍ୟକ୍ଷ ୨୦୨୧ରୁ ବାରମ୍ବାର ଚିଠି ଲେଖି ଏହାର ସମାଧାନ ଲାଗି ପୁର୍ତବିଭାଗ ରାଉରକେଲା କୁ ଅନୁରୋଧ କରିଚାଲିଥିଲେ । ବର୍ତମାନର ଅଧିକ୍ଷଣ ଯନ୍ତ୍ରୀ ହକି ହକି କାମରେ ବ୍ୟସ୍ତ ଥିବା ଦର୍ଶାଇ ଏହାକୁ ଦେଖନଥିଲେ ,ହକି ସରିବା ପରେ ମଧ୍ୟ ଏହାକୁ ଅଣଦେଖା କରିଥିଲେ । ଫଳରେ ଦୁଇ ଭାଇ ଗତକାଲି ରାତି ପ୍ରାୟ ୧୧ଟା ବେଳେ ପାଚେରୀ ପାଖରେ ମୁହଁ ଧୋଉଥିବା ବେଳେ ପାଚେରୀଟି ଏମାନଙ୍କ ଉପରେ ଭାଙ୍ଗି ପଡିଥିଲା,ଏହାକୁ ଦେଖି ତାଙ୍କ ମା ପାଟିକରିବାରୁ ପାଖରେ ଥିବା କିଛି ଲୋକ ପ୍ରଥମେ ସାନ ପୁଅକୁ ବାହାର କରିଥିବା ବେଳେ ବଡ ପୁଅକୁ ବାହାର କରିବା ବେଳକୁ ତାର ମୃତ୍ୟୁ ହୋଇସାରିଥିଲା ,ତେବେ ସାନ ପୁଅକୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଏନେଇ ରାଉରକେଲା ରଘୁନାଥପାଲ୍ଲୀ ଥାନାରେ ଏକ ଏତଲା ମୃତକଙ୍କ ପରିବାର ପକ୍ଷରୁ ଦିଆଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ବେହେରା ଙ୍କୁ ପଚରାଜିବାରେ ସେ କହିଛନ୍ତି,ଖାଲି ଏହି ପାଚେରୀ ନୁହେଁ କଲେଜ ପରୀକ୍ଷା ବିଲ୍ଡିଂରେ ଫାଟ ରହିଛି କେତେବେଳେ ଯଦି ଏହା ଭାଙ୍ଗିଲା ତେବେ ପିଲାମାନଙ୍କର କଣ ହେବ ସେନେଇ ମୁଁ ଚିନ୍ତାରେ ରହିଛି । କଲେଜ ପରିସରରେ ହଷ୍ଟେଲ ପାଖରେ ଏକ ପାଚେରୀ ମଧ୍ୟ ଝୁଲନ୍ତା ଅବସ୍ତାରେ ରହିଛି ଏସମସ୍ତ ବିଷୟ ମୁଁ ଜଣାଇବା ସତ୍ୱେ କେହି କର୍ଣପାତ କରୁନାହାନ୍ତି,ଓଲଟି କାଲିର ଘଟଣା ପରେ ଅଧିକ୍ଷଣ ଯନ୍ତ୍ରୀ କହୁଛନ୍ତି ହକି ପରେ ମୋତେ ମନେ ପକାଲେନି କାହିଁକି? । ବଡ ଆଶ୍ଚର୍ଯ୍ୟ କର କଥା ଏଠି କାହାର ଦାୟିତ୍ୱ କଣ କିଏ କାହାକୁ ମନେ ପକାଇବା କଥା ସେ କଥା ୫ଟି ସଚିବ ଏହାର ସମାଧାନ କରିବାଲାଗି ଜାଣିବା ଶୁଣିବା ମହଲରେ ମତ ପ୍ରକାଶ ପାଇ ଥିବା ବେଳେ ରାଉରକେଲା ପୁର୍ତ ବିଭାଗ ଓ ମହାନଗର ନିଗମ ତଥା ସ୍ମାର୍ଟ ସିଟି ପକ୍ଷରୁ ତିଆରି କରାଯାଉଥିବା ପ୍ରକଳ୍ପ ଗୁଡିକୁ ପରୀକ୍ଷା ନିରୀକ୍ଷର ଆବଶ୍ୟକତା ରହିଛି । କାରଣ କିଛି ଦିନ ତଳେ ସ୍ମାର୍ଟ ସିଟି ତରଫରୁ ପାନପୋଷରେ ତିଆରି ହେଉଥିବା ପ୍ରକଳ୍ପର ସେଂଟ୍ରିଂ ଭୁଷୁଡି ପଡିବା କଥା ପଛରେ ଭୁଲ କେଉଁଠି ରହିଲା କିଏ ଏଥିଲାଗି ଦାୟୀ ତାହା ଆଜିଯାଏ ଜଣାପଡିଲା ନାହିଁ ।ରାଉରକେଲାରେ ହକି କାମ ଠାରୁ ଆରମ୍ଭ କରି ଆଜିଯାଏ ଅନେକ କାମ ଚାଲିଛି,ପଲିଟିକାଲ ଚାପ,ପିସି କାରବାରରେ ଅନେକ କାମ ହେଉଥିବା କୁହାଯାଉଥିବାରୁ ଏସବୁ ପ୍ରକଳ୍ପ ଗୁଡିକର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ଏସବୁ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି,ତେବେ କାଲିର ଅଘଟଣ କୁ ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ତାଙ୍କ ମୋବାଲରେ ଯୋଗା ଯୋଗ କରାଯାଇଥିଲେ ବି ସମ୍ଭବ ହୋଇନାହିଁ ।
Related Stories
November 22, 2024