ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ସମୟରେ ଆମେ ସବୁ ଦିଗକୁ ଗୁରୁତ୍ବ ଦେଉଛୁ। ସେଥିପାଇଁ ତଦନ୍ତକୁ ସମୟ ଲାଗିବ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଜାଂଚ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟର ପୋଲିସ ମହାନିର୍ଦେଶକ ସୁନୀଲ ବଂସଲ ଏହି ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାଜ୍ୟ ଓ କେନ୍ଦ୍ରୀୟ ଫରେନସିକ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି।ତେବେ ଠିକ୍ ବାଟରେ ଆଗଉଛି ତଦନ୍ତ ପ୍ରକ୍ରିୟା କିନ୍ତୁ ଆଉ କିଛି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି ।
ଆଜି ସକାଳେ ପୁଲିସ ଡିଜି ବରିଷ୍ଠ ଅଧିକାରୀମାନଙ୍କ ସହ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତକାରୀ ଟିମ୍ ସହ ଆଲୋଚନା କରିଥିଲେ ।