
ଭୁବନେଶ୍ୱର, ବିଜେପିର ବରିଷ୍ଠ ନେତା ତଥା କୃଷକ ମୋର୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ନବ ଦାସ ହତ୍ୟା ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବା ଆଶା ନବଙ୍କ ପାଇଁ କାଳ ହେଲା। ‘ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେହି ବିବାଦ ହିଁ ହତ୍ୟାର କାରଣ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ, ପୁଣି ଶନିଙ୍କ ପାଖକୁ କାହିଁକି ଯାଇଥିଲେ । ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ସେ ଶନିଙ୍କ ପାଖକୁ ଯାଇଥିଲେ ।
ସେ ଆହୁରି କହିଛନ୍ତି ଯେ ଯିଏ ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଛି, ସେ ହିଁ ହତ୍ୟାକାର । ଏହା ରାଜନୈତିକ ହତ୍ୟା ଓ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ବିଜେପି ସିବିଆଇ ତଦନ୍ତ ଦାବି କରୁଛି ବୋଲି ସେ କହିଛନ୍ତି ।