ମାଲକାନଗିରି,ରାଜ୍ୟ ରେ ଥିବା ୭ ଟି ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ଭୁବନେଶ୍ବର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟରେ ଗତ ୪ ଦିନ ଧରି ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଏନଏସି ର ମିନି ଷ୍ଟାଡିୟମ ଠାରେ ଚାଲିଥିଲା କ୍ରିକେଟ ଟୁର୍ନାମେଣ୍ଟ । ଏଥିରେ ଅଂଶଗ୍ରହଣ କରିଥିବା ଟିମ ଗୁଡିକ ହେଲା ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ, ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପ, ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପ, ରେଙ୍ଗାଲୀ ଜଳ ବିଦ୍ୟୁତ ପ୍ରକଳ୍ପ, ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ, ଅପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ। ତେବେ ଆଜିର ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ର ମାନବ ସମ୍ବଳ ନିର୍ଦ୍ଦେଶକ ଡଃ ପ୍ରବୋଧ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଅପରେସନ ନିର୍ଦ୍ଦେଶକ ଆଶିଷ କୁମାର ମହାନ୍ତି, ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ କିସ୍ପୋଟା, ଅପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ ମୁଖ୍ୟ ଇଂ କମଳାକାନ୍ତ ପାତ୍ର ଓ ସ୍ଥାନୀୟ ଜଳ ବିଦ୍ୟୁତ କେନ୍ଦ୍ର ପ୍ରକଳ୍ପ ମୁଖ୍ୟ ଇଂ ସଞ୍ଜୟ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି କ୍ରିକେଟ ଫାଇନାଲ ମ୍ୟାଚ ଟି ଇନ୍ଦ୍ରାବତୀ ଓ ବାଲିମେଳା ମଧ୍ୟରେ ୨୦ ଓଭର ଲେଖାଏଁ ଖେଳ ହୋଇଥିଲା। ଟସ ଜିତି ବାଲିମେଳା ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ୨୦ ଓଭରରେ ୭ ଟି ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲା। ଇନ୍ଦ୍ରାବତୀ ଟିମ କିନ୍ତୁ ୧୯ ଓଭର ୫ ଟି ନିଜର ସମସ୍ତ ଉଇକେଟ ହରାଇ ୮୫ ରନ ରେ ସୀମିତ ରହିଥିଲା। ଫଳରେ ବାଲିମେଳା ଟିମ ବିଜୟ ହାସଲ କରିଥିଲା। ଏବଂ ମ୍ୟାନ ଅଫ ଦି ମ୍ୟାଚ ବାଲିମେଳା ଟିମ ର ସୁଦୀପ୍ତ ପ୍ରଧାନ ହୋଇଥିଲେ। ସମ୍ବିତ ତ୍ରିପାଠୀ ଏବଂ ନୟନ ମିସ୍ତ୍ରୀ ଖେଳ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ହୀରାକୁଦ ଟିମ ର ତପନ ସାମଲ, ବେଷ୍ଟ କ୍ୟାଚର ଭାବେ ହୀରାକୁଦ ଟିମ ର ସୁବ୍ରତ ନାୟକ, ବେଷ୍ଟ ବୋଲର ଓ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବାଲିମେଳା ଟିମ ର ସୀମାଞ୍ଚଳ ସୁବୁଦ୍ଧି ପାଇଥିଲେ। ରନ ର ଟିମ ଭାବେ ଇନ୍ଦ୍ରାବତୀ କୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏବଂ ବିଜେତା ଟିମ ବାଲିମେଳା କୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ସହ ସମସ୍ତ ସହକାରୀ କର୍ମଚାରୀ ଙ୍କ ସହଯୋଗ ରେ ଏହି ଟୁର୍ଣ୍ଣାମେଣ୍ଟ ଟି ସଫଳ ହୋଇଥିବା ରୁ ବାଲିମେଳା ଓଏଚପିସି ଏସଜିଏମ ସଞ୍ଜୟ କୁମାର ପାଢୀ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
Related Stories
November 25, 2024