
ମାଲକାନଗିରି, ରାଜ୍ୟ ପ୍ରାଚୀନ କଳା ସଂସ୍କୃତି ପୁନରୁଦ୍ଧାର ପରିଷଦର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲା ଦେଶିଆ ନାଟ ଗୁରୁ ସାଂସ୍କୃତିକ ସଂଗଠନ ଓ ଅନ୍ୟାନ୍ୟ କଳାକାର ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଵିଶାଲ ସିଂ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ମାଲକାନଗିରି ସଦର ମହକୁମାର ହାଟପଦା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଦାବିପତ୍ର ପ୍ରଦାନ କରିଥିଲେମାଲକାନଗିରି ବସଷ୍ଠାଣ୍ଡ ଠାରୁ ମାଲକାନଗିରି ଜିଲ୍ଲା ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ସଭାପତି ଅନାଦି କାଡା, ଜିଲ୍ଲା କଳାକାର ସାଂସ୍କୃତିକ ସଂଗଠନ ଉପସଭାପତି ଘେନୁ ମୁଦୁଲି, ଧନୁର୍ଯ୍ୟୟ ହନ୍ତାକ, ଧନଫୁଲ ବାରିକ, ଜେକେଏସଏସ ସଭ୍ୟ ତଥା ମାଲ୍ୟାବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ଉପଦେଷ୍ଟା ରତ୍ନାକର ଦାଶ, ଦାମଦର କାଡା, ବୁଦାମାଝି, ଭୀମସେନ କୁଡ଼ପୀୟା,ନିର୍ମଳା ଏକା,ଶାନ୍ତି କବାସୀ,ବି ବାବୁରାଓ,ରାମଚନ୍ଦ୍ର ପଡେଲ ପ୍ରମୁଖ ଙ୍କ ନେତୃତ୍ୱ କଳାକାର ମାନେ ନିଜର ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଅଭିନବ ଉପାୟରେ ନିଜର ଦାବି ଉପସ୍ଥାପନ କରିଥିଲେ। କଳାକାରଙ୍କ ଉନ୍ନତି ସକାଶେ ମାସିକ ଭତ୍ତା ୧୨ ଶହ ଟଙ୍କା ପ୍ରଦାନ କରୁଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ମାସିକ ତିନି ହଜାର ଟଙ୍କା ପ୍ରଦାନ କରାଯାଉ। କଳାକାରଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଉନ୍ନତି ସକାଶେ କଳାକାରଙ୍କ ପତ୍ନୀଙ୍କୁ କଳାକାର ଭତ୍ତା ପ୍ରଦାନ ଏବଂ ଏହା ସହ ପ୍ରାଚୀନ କଳା ଓ ସଂସ୍କୃତି ର ବିକାଶ ସକାଶେ ସରକାର ବାର୍ଷିକ ଏକ ବଜେଟ ପ୍ରସ୍ତୁତ କରନ୍ତୁ ବୋଲି ୧୫ ଦଫା ଦାବି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଯଦି ସରକାର କଳାକାରଙ୍କ ୧୫ଦଫା ଦାବିକୁ ନ ମାନନ୍ତି ତାହା ହେଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।