
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ଅଧିନ ଗାଲେରୀ ବନାଚଂଳ ଲେଙ୍ଗଡ଼ା ଗ୍ରାମ ନିକଟସ୍ଥ ଚାଷଜମିରେ ଠାବ ହୋଇଥିବା ଅସୁସ୍ଥ ମାଈ ହାତୀର ଚିକିତ୍ସା ଜାରୀ ରହିଛି । ଗତ ୫ ତାରିଖ ସଂନ୍ଧ୍ୟାରେ ଭୁବନେଶ୍ଵର ନନ୍ଦନକାନନରୁ ଆସିଥିବା ପ୍ରାଣୀଧକ ଚିକିତ୍ସକ ଟିମ୍ ଅସୁସ୍ଥ ମାଈ ହାତୀର ଚିକିତ୍ସା କରୁଛନ୍ତି ।
ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ବିଭିନ୍ନ ପନିପରିବା ଓ ଫଳ ରେ ହାତୀଟିକୁ ଔଷଧ ଖାଇବାକୁ ଦେଉଛନ୍ତି । ବିଭାଗୀୟ କର୍ମଚାରୀ ମାନେ ହାତୀର ସ୍ଵାସ୍ଥ୍ୟବସ୍ଥା ଉପରେ ନଜର ରଖିଥିବା ଘୁମୁସର ବନଖଣ୍ଡ ଡିଏଫଓ ସୂଚନା ଦେଇଛନ୍ତି ।