-
୪ ଘଂଟା ବନ୍ଦ ରହିବ ଦର୍ଶନ
ପୁରୀ, ଆସନ୍ତକାଲି ବୁଧବାର ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଆପାତତଃ ସଂନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ (୪ ଘଂଟା) ଏହି ଗୁପ୍ତ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ପରମ୍ପରା ଅନୁଯାୟୀ, ଶ୍ରୀଜୀଉଙ୍କ ଦ୍ଵିତୀୟ ଭୋଗମଣ୍ଡପ ଶେଷ ପରେ ପହୁଡ଼ ଆଳତୀ କରାଯିବ । ଏହାପରେ ଭିତରୁ ଜୟ ବିଜୟ ଦ୍ଵାର ବନ୍ଦ କରାଯିବ । ଗର୍ଭଗୃହ ମଧ୍ୟରେ ଦତ ମହାପାତ୍ର ସେବାୟତ ମାନେ ଶ୍ରୀ ଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର କରାଯାଇଥାଏ । ବନକ ଲାଗି ନୀତି ସମାପନ ପରେ ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ।