ଝାରସୁଗୁଡ଼ା,ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ୍ ଜେ.ପି. ଦାସ ଆଜି ଝାରସୁଗୁଡ଼ା ଆସିବେ । ଅପରାହ୍ନରେ ଜଷ୍ଟିସ୍ ଶ୍ରୀ ଦାସ ଝାରସୁଗୁଡ଼ାରେ ପହଂଚିବାର ସମ୍ଭାବନା ରହିଛି ।
ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେପି ଦାସଙ୍କୁ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ତଦନ୍ତର ତଦାରଖ ଦାୟୀତ୍ଵ ଦେଇଛନ୍ତି ହାଇକୋର୍ଟ । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ କ୍ରାଇବ୍ରାଂଚର ତିନୋଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି ।