ଭୁବନେଶ୍ୱର, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେଉଁ ଚିଠି ଆଧାରରେ ଜଷ୍ଟିସ ଜେପି ଦାସଙ୍କୁ ନିଯୁକ୍ତି ଦିଆଗଲା, ତାହା ସମସ୍ତଙ୍କୁ ଦେଖାନ୍ତୁ । ନବ ଦାସ ହତ୍ୟାକାଣ୍ଡର ତଦାରଖ କରୁଥିବା ଅବସରପ୍ରାପ୍ତ ଜେ.ପି ଦାସଙ୍କ ନିଯୁକ୍ତି, ସମ୍ପୂର୍ଣ ବେଆଇନ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ହାଇକୋର୍ଟ କୌଣସି ଜୁଡିସିଆଲ ଅର୍ଡର କରି ନାହାନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସରପ୍ରାପ୍ତ ଜଷ୍ଟିସ ଜେପି ଦାସ କରିବେ । ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟର୍ଡ ତଦନ୍ତ ନୁହେଁ । କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ । ବିଜେଡିର ଦାବି କୋର୍ଟ ମନିଟର୍ଡ ତଦନ୍ତ, ଏହା ସମ୍ପୂର୍ଣ ମିଥ୍ୟା ବୋଲି ସେ କହିଛନ୍ତି ।