ଭୁବନେଶ୍ୱର, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଙ୍କ ହତ୍ୟା ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ପ୍ରତିଦିନ ନୂଆ କାହାଣୀ ଲେଖୁଛନ୍ତି । ନବୀନ ସରକାର ତଦନ୍ତକୁ ନେଇ ସାଧାରଣ ଜନତା ସହେନ୍ଦ ପ୍ରକଟ କଲେଣି । ଏହି ହତ୍ୟାକାଣ୍ଡକୁ ଲୁଚାଇ ଦେବାକୁ ଚକ୍ରାନ୍ତ ହେଉଛି ବୋଲି ସାଧାରଣ ଜନତା ଆଲୋଚନା କଲେଣି । ନବୀନ ସରକାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ମାଷ୍ଟର ମାଇଣ୍ଡକୁ ଖସାଇ ଦେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ପ୍ରଶ୍ନ ହେଉଛି ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲର ଇ.ସି.ଜି. ରିପୋର୍ଟରେ ନବ ଦାସ ମୃତ ବୋଲି ଜଣାପଡ଼ିଲା ପରେ ତାଙ୍କୁ ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲରେ କ’ଣ ପାଇଁ ଅସ୍ତ୍ରୋପଚାର କରଗଲା? ଏଥିରେ ଘଟଣାଟି ଆହୁରି ରହସ୍ୟାବୃତ ହେଉଛି । ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଲାଟ୍ରିନରେ ଗୋପାଳ ଦାସର ଚିଠି ଦୁଇଦିନ ପରେ ନଷ୍ଟ ନହୋଇ ତାଜା ରୂପରେ ବାହାରିବା ଏବଂ ଲାଟ୍ରିନକୁ ସଫା କରିଥିବା ଲୋକ କୌଣସି ଚିଠି ନ ବାହାରିବା କଥା ଗଣମାଧ୍ୟମରେ ପ୍ରକାଶ କରିବା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି । ଏହା ଜହ୍ନମାମୁ ଗପ ପରି ଲାଗୁଛି । ଗୋପାଳ ଦାସଙ୍କୁ କେତେବେଳେ ପୁରସ୍କାରପ୍ରାପ୍ତ, କେତେବେଳେ ମାନସିକ ବିକାରଗ୍ରସ୍ତ, କ’ଣ ଯେ କୁହାଯାଉଛି ତା’ର କିଛି ଠିକ୍ ଠିକଣା ରହୁନି । ଡି.ଜି. ମହାଶୟ ଯିଏକି ରାଜନୈତିକ ଦଳମାନେ ତାଚ୍ଛଲ୍ୟ କରିବା ପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କଲେ ତାହା ବି ଆଲୋଚନାର ବିଷୟ ହୋଇଛି । ସେ ହାତ ଟେକି ଦେଇ କହୁଛନ୍ତି ‘କେମିତି ହତ୍ୟା ହୋଇଛି ତାହା ଜଗନ୍ନାଥଙ୍କୁ ଜଣା’ । ଏଥିରେ ପୋଲିସ୍ ବିଭାଗର ଅଯୋଗ୍ୟତାକୁ ଡିଜି ନିଜେ ମାନିଯାଉଛନ୍ତି । ପୋଲିସ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧିନ ଯାହାର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ଏହା ୨୨ବର୍ଷ ଧରି ଏହା ଏକ ଅଚଳ ସଂସ୍ଥା ହୋଇପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା ଏସ୍.ପି ସମ୍ପୃକ୍ତ ଏସ୍ଡ଼ିଜିପିଓ ଏବଂ ଇନିସ୍ପେକ୍ଟରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ତାଙ୍କୁ କେବଳ ବଦଳି କରିବା ଘଟଣା ଆଶ୍ଚର୍ଯ୍ୟଜନକ । ମୁଖ୍ୟକଥା ହେଉଛି ଯେଉଁ ଅଫିସରଙ୍କୁ କ୍ରାଇମବ୍ରାଂଚଞ୍ଚତଦନ୍ତ ଦିଆ ହୋଇଥିଲା, ତନ୍ମଧ୍ୟରୁ ଜଣେ ୨ଟି ହାଜତ ମୃତ୍ୟୁରେ ସମ୍ପୃକ୍ତ । ଆଉ ଜଣେ ମିଛ ଜାତି ପ୍ରମାଣ ପତ୍ର ଦେଇଥିଲେ । ଏହିସ୍ତରରେ ରଦିଆ ଅଫିସର ଏମାନେ । ଯାହା ନବୀନ ସରକାରରେ ଘଟୁଛି, ତାକୁ ଯଦି ଅନୁଶୀଳନ କରାଯାଏ ତବେ ଗୋପାଳ ଦାସର କେତେବେଳେ ମୃତ୍ୟୁ ହେବ ତାହା କହିହେବନି । କାରଣ ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାର ମୁଖ୍ୟ ଆସାମୀ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ ଆଜି ବି ରହସ୍ୟ ଘେରରେ ରହିଛି ।
ଜଣେ କ୍ୟାବିନେଟ ସହଯୋଗୀର ହତ୍ୟା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ବୈଠକ ଡ଼କାଇ ତାଙ୍କର ଶୋକ କରିପାରିଲେନି । ଗୃହ ସଚିବ ଏ ରାଜ୍ୟରେ ଅଛନ୍ତି କି ନାହିଁ ତାହା ଜଣାପଡୁନି । ଗୃହ ରାଷ୍ଟ୍ରମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି ।ଶ୍ରୀ କାର୍ତିକେୟନ ପାଣ୍ଡିୟାନ ଯିଏକି ସ୍ୱଚ୍ଛ ଶାସନର ଆହ୍ୱାନ ଦେଉଛନ୍ତି, ବାସ୍ତବରେ ତାଙ୍କର ପୋଲିସ୍ ବିଭାଗ କେତେ ଅସ୍ୱଚ୍ଛ ତାହା ଜଣାପଡ଼ିଯାଉଛି । ସେ ନବୀନ ଶାସନକୁ ସ୍ୱଚ୍ଛ କରିବାରେ ବିଫଳ ହୋଇଛନ୍ତି ବୋଲି ସାଧାରଣ ଜନତାଙ୍କ ଆଗରେ ସ୍ୱୀକାର କରନ୍ତୁ । ଅନ୍ୟ ପକ୍ଷରେ ଜଣେ ମହିଳା ଯିଏକି ନବ ଦାସଙ୍କ ମୃତ୍ୟୁରେ ମିଠା, ମଟନ ବାଂଟୁ ଥିଲେ, ତାଙ୍କୁ ବିଜେଡ଼ି ସଂଗଠନ ସମ୍ପାଦକ ଶ୍ରୀ ବବି ଦାସ ବିଜେଡ଼ି ଦଳୀୟ ଉତରୀୟ ଦେଇ ସମ୍ମାନ କରିଥିବା ଫଟୋ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ନବଦାସଙ୍କ ହତ୍ୟା ରହସ୍ୟମୟ ହୋଇପଡ଼ିଛି ।
ସେ କହିଛନ୍ତି ଯେ ସବୁଠାରୁ ବଡ଼କଥା ହେଉଛି ବରିଷ୍ଠ ପୋଲିସ୍ ଅଫିସର ଅରୁଣ ବୋଥ୍ରା ଯିଏକି ଘଟଣାର ତଦନ୍ତଭାର ନେଇଛନ୍ତି, ସିଏ ନୂଆ କାହାଣୀ ଲେଖିବାରେ ସିଦ୍ଧହସ୍ତ । ସରକାରର ଦୋଷ ଓ ଅପରାଧକୁ କିପରି ଲୁଚାଇବାକୁ ପଡ଼ିବ ତାହା ତାଙ୍କୁ ଭଲ ଭାବରେ ଜଣା । ସୁତରାଂ ନବୀନ ସରକାର ଅପରାଧର ମାଷ୍ଟର ମାଇଣ୍ଡକୁ ଲୁଚେଇବା ପାଇଁ ଅପଚେଷ୍ଟା କରୁଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି । କଂଗ୍ରେସ ଦଳର ଦାବୀ ଅନୁସାରେ ଛାତ୍ର କଂଗ୍ରେସ ମଧ୍ୟ ଘଟଣାର ହାଇକୋର୍ଟ ତତ୍ୱାବଧାନରେ ଏସି.ଆଇ.ଟି ତଦନ୍ତ ଦାବୀକରୁଛି ।