-
ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ୧୦ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହ ସାରା ଦେଶର ୨୩୬ ସହରରେ ପହଂଚିଲା ଟ୍ରୁ-୫ଜିର ଲାଭ
ଭୁବନେଶ୍ୱର, ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ-୫ଜିର ଲାଭ ପହଂଚିଛି । ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲ୍କୋ ଭଳି ୧୨ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା । ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି ।
ଜାତୀୟ ସ୍ତରରେ ୧୦ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେଉଁଥିରେ ସାମିଲ ରହିଛି ତାଳଚେର (ଓଡ଼ିଶା), ହିନ୍ଦୁପୁର, ମଦନପଲ୍ଲୀ, ପ୍ରୋଡାତୁର (ଆନ୍ଧ୍ରପ୍ରଦେଶ), ରାୟଗଡ଼ (ଛତିଶଗଡ଼), ପଟିଆଲା (ପଂଜାବ), ଅଲୱର (ରାଜସ୍ଥାନ), ମଂଚେରିଆଲ (ତେଲେଙ୍ଗାନା), ଗୋରଖପୁର (ଉତରପ୍ରଦେଶ) ଓ ର୍ରୁକି (ଉତରାଖଣ୍ଡ) । ଏଥି ସହିତ ଦେଶରେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଥିବା ମୋଟ ସହର ସଂଖ୍ୟା ୨୩୬ରେ ପହଂଚିଛି ।