କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସାଧାରଣ ଜନତାଙ୍କ କଷ୍ଟ ଅର୍ଜିତ ସଞ୍ଚୟ ବିନିମୟରେ ମୋଦୀ ସରକାର ଆଦାନୀ ଗ୍ରୁପ ଭଳି ନିଜର କିଛି ଅନୁଗତ ଓ ନିର୍ଦ୍ଧିଷ୍ଟ ପୁଞ୍ଜିପତି ମାନଙ୍କୁ ଲାଭବାନ କରିବା ପାଇଁ ଯେଁଉ ନୀତି ଅବଲମ୍ବନ କରିଛନ୍ତି, ସେଥିପାଇଁ ସାରା ଦେଶ ଏବଂ ମୁଖ୍ୟତ ମଧ୍ୟବିତ୍ତ ବର୍ଗର ଲୋକ ମାନେ ବ୍ୟଥିତ। ଫଳରେ ଜୀବନ ବିମା ନିଗମ (LIC), ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (SBI) ଭଳି ସରକାରୀ ସଂସ୍ଥା ର କାରବାର ଏବଂ ନିବେଶ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ ଆଦାନୀ ଗ୍ରୁପ୍ ସହ କରାଯାଇଛି, ଯାହାକି ଦେଶର ୨୯ କୋଟି LIC ର ଓ ୪୫ କୋଟି SBI ର ଜମା କାରୀଙ୍କୁ ଭୟଙ୍କର ଭାବେ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ସାଧାରଣ ଜନତା ଜାଣନ୍ତି ଯେ LIC ଓ SBI ଭଳି ରାଷ୍ଟ୍ରାୟତ ଉଦ୍ୟଗ ଭାରତ ବର୍ଷ ର ଗର୍ବ ଏବଂ ଏହା କୋଟି କୋଟି ଭାରତୀୟଙ୍କ ର କଷ୍ଟ ଅର୍ଜିତ ଅର୍ଥ ରେ ପ୍ରତିଷ୍ଠିତ| ନିଜର ଘନିଷ୍ଠ ବନ୍ଧୁ ଆଦାନୀ ଗ୍ରୁପ କୁ ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ମୋଦୀ ସରକାର LIC ଓ SBI ଏବଂ ଅନ୍ୟ ରଷ୍ଟ୍ରାୟତ ବ୍ୟାଙ୍କ୍ ତାଙ୍କ ସହ ନିବେସ କରିବାକୁ ବଳପୂର୍ବକ ବାଧ୍ୟ କରିଛନ୍ତି |ସେଥିପାଇଁ LIC ଆଦାନୀ ଗ୍ରୁପ୍ ରେ ପ୍ରଚୁର ପରିମାଣରେ ଅର୍ଥ ବିନିଯୋଗ କରିବାରୁ ଗତ କିଛି ଦିନ ଭିତରେ ଏହାର ୪୯କୋଟି ଜମାକାରୀ ୩୩୦୬୦କୋଟି ଅର୍ଥ କ୍ଷତି ସହିଛନ୍ତି। ସେହିପରି SBI ଏବଂ ଅନ୍ୟାନ୍ୟ ବ୍ୟାଙ୍କ୍ ଆଦାନୀ ଗ୍ରୁପ୍ କୁ ପ୍ରଚୁର ଅର୍ଥ ଋଣ ଆକାରରେ ଯୋଗେଇ ଦେଉଛନ୍ତି |ବର୍ତ୍ତମାନ ଭାରତୀୟ ବ୍ୟାଙ୍କ୍ ମାନଙ୍କର ପାଖାପାଖି ୮୮ ହଜାର କୋଟି ଟଙ୍କା ଆଦାନୀ ଗ୍ରୁପ୍ ଉପରେ ବାକି ପଡିଛି।କଂଗ୍ରେସ୍ ଦଳ କୌଣସି ଭାରତୀୟ ଶିଳ୍ପ ର ବିରୋଧୀ ନୁହେଁ ମାତ୍ର ନିଷ୍ଠୁର ଏବଂ ଲାଭଖୋର ପୁଞ୍ଜିବାଦ ର ପରିପନ୍ଥୀ। କେତେକ ନିର୍ଦ୍ଧଷ୍ଟ ଶିଳ୍ପ ପତି ଙ୍କୁ ଲାଭବାନ କରିବାର ପରିବର୍ତ୍ତିତ ନିଷ୍ପତି କୁ କଂଗ୍ରେସ୍ ଦଳ ବାରଦାସ୍ତ୍ କରିପାରିବ ନାହିଁ, ଦଳ ସର୍ବଦା ଗରିବ ଓ ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛି।ସେଥି ନିମନ୍ତେ ଅଖିଳ ଭାରତ କଂଗ୍ରେସ୍ କମିଟି, ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ସୁବାଷ ବୋଷ ଛକ ନିକଟ SBI ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା ।କମିଟି ତରଫରୁ
ଏ ସମ୍ପର୍କରେ ମାନ୍ୟବର ସୁପ୍ରିମ କୋର୍ଟ ର ମୁଖ୍ୟ ବିଚାର ପତି କିମ୍ବା ଯୁଗ୍ମ ସାଂସଦିୟ କମିଟି ଦ୍ବାରା ହିଡନବର୍ଗ ରିଚର୍ଚ୍ଚ ରିପୋର୍ଟ ର ନିରପେକ୍ଷ ତଦନ୍ତ ଏବଂ ବାଧ୍ୟାତା ମୂଳକ ଭାବେ LIC,SBI ଓ ଅନ୍ୟାନ୍ୟ ଜାତୀୟ ବ୍ୟାଙ୍କ ଯେଉ ନିବେଶ ହୋଇଛି ତାହା ସାଂସଦ ରେ ଆଲୋଚନା ହେବା ସହ ଜମାକାରୀ ଙ୍କ ଅର୍ଥ ର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ କମିଟି ଦାବୀ କରିଛି |
ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ କଂଗ୍ରେସ୍ କମିଟି ସଭ୍ୟ ସୁଜିତ୍ ମହାପାତ୍ର, ପିପଲି ବିଧାୟକ ପାର୍ଥି ବିଶ୍ୱକେଶନ ହରିଚନ୍ଦନ, ଜିବେସ ରଥ, ଅମରେନ୍ଦ୍ର ପାଇକରାୟ, ଯୁବ କଂଗ୍ରେସ ସଭାପତି ପ୍ରେମଜିତ୍ ମହାନ୍ତି, ବିଶ୍ଵନାଥ ଦାସ, ସ୍ବାଧିନ ପଣ୍ଡା, ଚେତନ ମିଶ୍ର,ଶ୍ରୀବତ୍ସ ରଥ, ରଜତ ସାହୁ, ଗୋପାଳ ମହାପାତ୍ର, ଆଦର୍ଶ ମିଶ୍ର , ଚନ୍ଦ୍ର ଶେଖର ମହାନ୍ତି, ଅର୍ଜୁନ ବିଶୋଇ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |
Related Stories
November 25, 2024