 
                 କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ସୋମବାର ଦିନ ଓଡ଼ିଶାର ପ୍ରଥମ ଥର ପାଇଁ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟରେ 50 ବର୍ଷରୁ ଉର୍ଦ୍ଧ ଦିନର ଭିଣ୍ଟେଜ ଗାଡି G.S.R. 492(E) ନିୟମ ଅଧୀନରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ମଟୋର ଯାନ ନିୟମ ଅନୁଯାୟୀ ପୁରାତନ ଗାଡିଟିର ନୂତନ ରେଜିଷ୍ଟ୍ରେସନ କରାଯାଇଛି। ଏହି ଗାଡିଟିର ପୁରାତନ ନଂ ORP 2456 ଥିଲା , ଯାହା ଆଜି ନୂତନ ଭାବେ OD VAAA 0001 ରେଜିଷ୍ଟ୍ରେସନ ପରେ ହୋଇଅଛି। ଯାହାଦ୍ୱାରା ଐତିହ ଯାନର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ ଏହି ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହା ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟର ଆରଟିଓ ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଦ୍ୱାରା ସମ୍ଭବ ହୋଇପାରିଛି।

 
                    







