କନ୍ଧମାଳ – ଗ୍ରାମାଂଚଳର ରୋଗୀ ମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ମଧ୍ୟ ଗଢି ତୋଳିବାକୁ ଦୁର୍ଗମ ମାଓ ଅଂଚଳ ଭାବେ ପରିଚିତ ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଫାର୍ମାସିଷ୍ଟ ଓ ସହଯୋଗୀ ପ୍ରୟାସ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ସେବା ଯୋଗାଇ ଦେବା ଯେତେ ଆବଶ୍ୟକ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ ସୁନ୍ଦର ବାତାବରଣ ଯାହାକି ଏହି ଯୁବ ଫାର୍ମାସିଷ୍ଟ ରାଜେଶ କୁମାର ସାହୁ କରି ଦେଖାଇଛନ୍ତି ।
ୟେ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅର୍ନ୍ତଗତ ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବଣ ପାହାଡ ଘେରା ତଥା ଦୁର୍ଗମ ଓ ମାଓ ଅଧ୍ୟୁଷିତ ଅଂଚଳରେ ଅବସ୍ଥିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି । ଦିନ ଥିଲା ଏଠି ଡାକ୍ତର କି ଫାର୍ମାସିଷ୍ଟ ରହୁନଥିବାରୁ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖି ମୁହଁ ମୋଡୁଥିବା ବେଳେ ଏବେ ରୋଗୀ ଡାକ୍ତରଖାନାକୁ ନିଜେ ଆସୁଛନ୍ତି । ଫାର୍ମାସିଷ୍ଟ ରାଜେଶ କୁମାର ସାହୁ ଏଠାକୁ ବଦଳୀ ହୋଇ ଆସିବା ପରେ ଅବହେଳିତ ହୋଇ ପଡିରହିଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ନୂଆ ରୂପ ଦେଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ୱାର୍ଡ ଆଦି ସଫା ରଖିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଜ୍ୟବସ୍ତୁକୁ ନେଇ ଏକ ସୁନ୍ଦର ମନୋରମ ପାର୍କ ମଧ୍ୟ ପ୍ରତିଷ୍ଠା କରିଛନ୍ତି ଫାର୍ମାସିଷ୍ଟ ଓ ସହଯୋଗୀ । ନିଜ ଡ୍ୟୁଟିକୁ ଠିକ୍ ଭାବରେ ପାଳନ କରି ସାରିବା ପରେ ବଳକା ସମୟରେ ସମସ୍ତେ ମିଶି ବର୍ଜ୍ୟବସ୍ତୁକୁ ନେଇ ତିଆରି କରିଛନ୍ତି ଏକ ମିନିପାର୍କ । ପାର୍କରେ ଏକ ନଡା ଛପର ଘର ତିଆରି କରିବାସହ ଔଷଧିୟ ବଗିଚା ମଧ୍ୟ କରାଯାଇଛି ଯାହାକି ସ୍ୱାସ୍ଥ୍ୟକେନ୍ଦ୍ରର ସୋ÷ନ୍ଦର୍ଯ୍ୟ ବଢାଇଛି । ଦୁର୍ଗମ ଅଂଚଳରେ ଏଭଳି ପ୍ରୟାସକୁ ଭରପୁର ପ୍ରଶଂସା କରିଛନ୍ତି କନ୍ଧମାଳ ଜିଲ୍ଲାବାସୀ । କେବଳ ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ସହିତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ମଧ୍ୟ ଏଭଳି ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିପାରିଲେ ରୋଗୀମାନେ ଶିଘ୍ର ସୁସ୍ଥ ହେବା ଦିଗରେ ଅନୁକୂଳ ପ୍ରଭାବ ପଡିପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024