କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ଜଳ ସୁରକ୍ଷାରେ ଅବହେଳା |ଶ୍ରୀମନ୍ଦିର ସିଂହଦ୍ୱାର ଡାହାଣ ପାର୍ଶ୍ଵରେ ପ୍ରକଳ୍ପ କାର୍ଯ୍ୟପାଇଁ ଖୋଳା ଯାଇଥିବା ସ୍ଥାନରେ ରବିବାର ସକାଳ ସମୟରେ ବଡ଼ ପାଣି ପାଇପ ଭଙ୍ଗା ଯାଇ ହଜାର ହଜାର ଲିଟର ପାଣି ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା |ପାଇପ ମାଧ୍ୟମରେ ଆସୁଥିବା ପାଣିକୁ ରୋକିବା ପରିବର୍ତ୍ତେ ଆସୁଥିବା ପାଣିକୁ ଅନ୍ୟ ଏକ ଅସ୍ଥାୟୀ ମୋଟର ସାହାଯ୍ୟରେ ନାଳକୁ ନିଷ୍କାସନ କରାଯାଉଥିବାର ଦେଖିବାକୁ ମିଳିଛି |ପୁରୀ ସହରରେ ସ୍ଥାନୀୟ ବାସିନ୍ଦା ପାଣିପାଇଁ ମିଟର ଜରିଆରେ ଟଙ୍କା ପୈଠ କରୁଥିବା ବେଳେ ଏଭଳି ପ୍ରଶାସନିକ ଅବହେଳା କୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି |
Related Stories
November 25, 2024