କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବ୍ରହ୍ମଗିରି ବ୍ଲକ ଛକଠାରେ ଆୟୋଜିତ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସଙ୍କ ବିୟୋଗରେ 2 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି ଗତ 25ବର୍ଷ ମଧ୍ୟରେ ବିଜୁ ଜନତା ଦଳ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପ୍ରଗତିର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ବିଜୁ ଜନତା ଦଳର ୨୫ବର୍ଷର ଯାତ୍ରା, ସଂଘର୍ଷ ଏବଂ ସଫଳତାର ମୂକସାକ୍ଷୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହିତ ଏକ ସଶକ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ପ୍ରତିଜ୍ଞା କରିବା ପାଇଁ ସେ ବ୍ରହ୍ମଗିରି ବିଜୁ ପ୍ରେମୀ ଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଲାଗି ବ୍ରହ୍ମଗିରି ସାରା ଓଡ଼ିଶାର ପରିଚିତ ହୋଇପାରିଛି। ରାଜ୍ୟର ଉନ୍ନତି ପାଇଁ ବିଜୁ ଜନତା ଦଳର ପ୍ରତିବଦ୍ଧତା ଏବଂ ଦାୟିତ୍ୱ ରହିଛି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଯୋଜନାର ସଫଳ ପ୍ରଚାର ପ୍ରସାର ଏବଂ ଜନସଂପର୍କ ଅତୁଟ ରଖିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ବ୍ଲକ ଛକ ଠାରେ ଆଜି ଏହି ସମାବେଶ ହୋଇଛି। ସର୍ବଶେଷରେ ପୂର୍ବତନ ସମିତି ସଭ୍ୟ ରଘୁନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଷ୍ଠା ଦିବସରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁରପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ କାର୍ତ୍ତବିଯ୍ୟ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, କୃଷ୍ଣ ପ୍ରସାଦ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷ ଶକୁନ୍ତଳା ଗଡ଼ୁ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, ବ୍ରହ୍ମଗିରି ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ,ବ୍ରହ୍ମଗିରି ବିଜୁ ଜନତାଦଳର ବରିଷ୍ଠ ନେତା ଭଗବାନ ନାୟକ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ବରିଷ୍ଠ ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ, ପୁରୀ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ରାଜେଶ କୁମାର ରଥ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଗଡ଼ୁ, ରମେଶ ପଲେଇ, ମହିଳା ସଭାପତି ପ୍ରତିମା ଜେନା, ବବିତା ସ୍ଵାଇଁ, ଯୁବ ନେତା ଗୋବିନ୍ଦ ସାମନ୍ତସିଂହାର, ବିଜୟ ଦଳାଇଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଯୁବ ଛାତ୍ର ଏବଂ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 25, 2024