ଭୁବନେଶ୍ୱର, ରାଜ୍ୟର ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ଏହା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସାଲୁଜା କହିଛନ୍ତି ଯେ ଶତ୍ରୁ ତାଙ୍କ ନିଜ ଦଳରୁ ହୋଇ ଥାଇ ପାରନ୍ତି ।
ସେ କହିଛନ୍ତି ଯେ ମୋତେ ଏବଂ ସମସ୍ତ ଙ୍କୁ ବି ସନ୍ଦେହ ଅଛି ନବ ଦାସ ଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମ ରେ ହୋଇଯିବ । ଏହି ହତ୍ୟାକାଣ୍ଡ ରେ ବଡ଼ ବଡ଼ ଲୋକଙ୍କର ସମ୍ପୃକ୍ତି ଥିବାରୁ ପ୍ରକୃତ ହତ୍ୟାକାରୀ କୁ ସରକାର ଧରିବେ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ହାଇକୋର୍ଟ ତତ୍ତ୍ଵାବଧାନରେ ଏସ ଆଇ ଟି ତଦନ୍ତ ଲାଗି ଆମେ ଦାବି କରିଥିଲୁ। ହେଲେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ। ଖାକି ତଦନ୍ତ ଖାକି କରୁଛି। ଏହାର ତଦନ୍ତ କାଗଜ କଲମରେ ରହିବ।