
-
ହିଂଜିଳିର ଲୋକ ମାନଙ୍କର ଦୀର୍ଘଦିନର ଦାବି ପୂରଣ ହେଲା
-
ଲୋକ ମାନଙ୍କ ଦ୍ୱାରଦେଶରେ ଆଇନଗତ ସହାୟତା ପହଂଚାଇବାକୁ ରାଜ୍ୟ ସରକାର ପ୍ରତିବଦ୍ଧ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ରେଡ୍ଡୀ ସୋମବାର ଦିନ ଗଂଜାମ ଜିଲ୍ଲାର ହିଂଜିଳିକାଟୁ ଠାରେ ସିଭିଲ ଜଜ କୋର୍ଟ (ସିନିୟର ଡିଭିଜନ) ଏବଂ ଆସିଷ୍ଟାଂଟ ସେସନ୍କ କୋର୍ଟର ଉଦଘାଟନ ଭାର୍ଚୁଆଲ ମାଧ୍ୟମରେ କରିଛନ୍ତି ।
ଏହି କାର୍ଯକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିଂଜିଲିର ଲୋକ ମାନଙ୍କର ଦୀର୍ଘ ଦିନର ଦାବି ଏହି କୋର୍ଟ ସ୍ଥାପନା ଦ୍ୱାରା ପୂରଣ ହୋଇଛି .
ସେ କହିଛନ୍ତି ଯେ ରାଜ୍ୟ ସରକାର ଲୋକ ମାନଙ୍କର ଦ୍ବାର ଦେଶରେ କିପରି ସମସ୍ତଙ୍କ ହାତ ପାହାନ୍ତାରେ ଓ କୁଶଳ ଆଇନ ଗତ ସେବା ପ୍ରଦାନ କରାଯାଇ ପାରିବ ସେଥି ନେଇ ପ୍ରତିବଦ୍ଧ ଅଛନ୍ତି ।
ସେ କହିଛନ୍ତି ଯେ ଏହି କୋର୍ଟ ସ୍ଥାପନା ହେବା ଦ୍ୱାରା ହିଂଜିଳିକାଟୁ ଅଂଟଳର ଲୋକ ମାନେ ଆଇନଗତ ସୁବିଧା ସେମାନଙ୍କର ଘର ନିକଟରେ ପାଇ ପାରିବେ । ଏହା ଗରୀବ ଓ ଦୁର୍ବଳ ବର୍ଗର ଲୋକ ମାନଙ୍କ ପାଇଁ ସହାୟକ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।