ଭୁବନେଶ୍ୱର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଗାମୀ ଦୁଇ ଦିନିଆ ଓଡିଶା ଗସ୍ତକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ ହୋଇଛି । ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବ୍ଲୁବୁକ ଅନୁସାରେ ବୈଠକ ହୋଇଥିଲା. । ରାଷ୍ଟ୍ରପତିଙ୍କ ଦୁଇ ଦିନ କାର୍ଯ୍ୟକ୍ରମ ରହିଥିବାରୁ ତାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼କଡି ଗ୍ରହଣ କରାଯାଇଛି .
ସେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କର ଭୁବନେଶ୍ୱର ରେ ଦୁଇଟି କାର୍ଯ୍ୟକ୍ରମ ଓ କଟକରେ ଗୋଟିଏ କାର୍ଯ୍ୟକ୍ରମ ଅଛି । ବିମାନବନ୍ଦର ରୁ ରାଜଭବନ ଓ କାର୍ଯ୍ୟକ୍ରମ ସ୍ଥଳ ସବୁଠି ସୁରକ୍ଷା ବ୍ୟବସ୍ତା ଉପରେ ଆଲୋଚନା ହୋଇଥିଲା । ଆବଶ୍ୟକତା ଅନୁସାରେ ଫୋର୍ସ ମୁତୟନ କରାଯିବ । ଦ୍ୱିତୀୟ ଦିନ ରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।