କନ୍ଧମାଳ – ଫୁଲବାଣୀ ସହରରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହେଉଛି । କିନ୍ତୁ ଚୋରୀ ସାମଗ୍ରୀ ମିଳିବାକୁ ନାହିଁ କି ଚୋର ମଧ୍ୟ ଧରାପଡୁନି । ଏପଟେ ପୋଲିସ ତଦନ୍ତ ଜାରୀ ରଖିଥିବା କହୁଛି, ସତର୍କ ଦୃଷ୍ଟି ରଖିଥିବା କହୁଛି । ଗତ ୨ ମାସ ମଧ୍ୟରେ ସହରରେ ମୁଖ୍ୟ ବଜାର, କୋର୍ଟ ଛକ, ପିଅନପଡା, ନାରାୟଣୀ ମନ୍ଦିର ଆଦି ବିଭିନ୍ନ ଅଂଚଳରୁ କେଉଁଠି ଦୋକାନ ଭାଙ୍ଗି ଦୁର୍ବୃତ ଲୁଟି ନେଉଛି ଜିନିଷପତ୍ର ତ ଆଉ କେଉଁଠି ଲୁଟେରା ଟଙ୍କା ଝାମ୍ପି ନେଇ ଅର୍ନ୍ତଧ୍ୟାନ ହୋଇଯାଉଛି । ଏସବୁର ଟେର ପାଉନି ପୋଲିସ । ହେଲେ ସହରର ଜନଗହଳିପୂର୍ଣ୍ଣ କୋର୍ଟଛକରୁ ଜଣେ ରୁପା ବ୍ୟବସାୟୀ ଟିଭିଏସ ଗାଡିରେ ବ୍ୟାଗ ରଖି ପାଖରେ କଥାବାର୍ତା ହେଉଥିବା ସମୟରେ ଲୁଟେରା ଆଖି ପିଛୁଳାକେ ବ୍ୟାଗ ନେଇ ଚମ୍ପଟ ମାରିଥିଲା । ପ୍ରାୟ ୪/୫ ଲକ୍ଷ ଟଙ୍କା ମୂଲ୍ୟର ରୂପା ଗହଣା ସମେତ ନଗଦ ଟଙ୍କା ମଧ୍ୟ ଥିଲା ବ୍ୟବସାୟୀଙ୍କର । ହେଲେ ଏବେ କୁଆଡେ ସହରର ଜଣେ ସୁନା ଦୋକାନୀକୁ କୁଆଡେ ଏହି ଚୋରୀ ରୁପା ସାମଗ୍ରୀ ଗୁଡିକ ବିକ୍ରି କରିବା ସଂପର୍କରେ କୁଆଡେ ପକ୍କା ଖବର ପାଇଥିଲେ ରୁପା ସାମଗ୍ରୀ ଚୋରୀ ହୋଇଥିବା ବ୍ୟବସାୟୀ ଜଣକ । ପୋଲିସ ଖୋଜିପାରୁନଥିବା ବେଳେ ସେ ମଧ୍ୟ ନିଜେ ତାଙ୍କର ବ୍ୟକ୍ତିଗତ ଭାବେ ଚୋରୀ ରୁପା ସାମଗ୍ରୀ ସଂପର୍କରେ ଭତା ଲଗାଇଥିଲେ । ଆଉ ଏନେଇ ପୋଲିସ ବାବୁଙ୍କୁ ଜଣାଇଥିଲେ ଉଦ୍ଧାର କରିବା ପାଇଁ । ପୋଲିସ ଉଦ୍ଧାର କରିବାସହ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଆଗ୍ରହ କରୁନଥିବା ଶୁଣିବାକୁ ମିଳୁଛି । କେହି କେହି ତାଙ୍କୁ କିଛି ଟଙ୍କା ନେଇ ମାମଲାକୁ ଆଗକୁ ନବଢାଇ ପୂର୍ନବାର ବ୍ୟବସାୟରେ ମନ ଲଗାଇବାକୁ ପରାମର୍ଶ ଦେଉଛନ୍ତି । ସେ ଜଣେ ଗରୀବ ବ୍ୟବସାୟୀ ହୋଇଥିବାରୁ ତାଙ୍କର ଜିନିଷପତ୍ର ଉଦ୍ଧାର କରିବା ଦିଗରେ ପୋଲିସ ଉଚ୍ଚକତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଉଛି ।
Related Stories
November 23, 2024