
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ତୁର୍କୀ ଠାରେ ଭୂମିକମ୍ପ କାରଣରୁ ହୋଇଥିବା ବ୍ୟାପକ ବିନାଶ ପାଇଁ ସମବେଦନା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ସେ ତୁର୍କୀକୁ ଯଥା ସମ୍ଭବ ସହାୟତା ଦେବାକୁ ପ୍ରସ୍ତୁକ ଅଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଏହି ଭୂମିକମ୍ପରେ ଜନହାନି ଓ ସମ୍ପତ୍ତିକୁ ହୋଇଥିବା ହାନିକୁ ନେଇ ତାଙ୍କର ମନ ବ୍ୟଥିତ ଅଛି । ସେ ଶୋକ ସନ୍ତପ୍ତ ପରିବାର ମାନଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।