ଭୁବନେଶ୍ୱର,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ପବିତ୍ର ଅଲେଖ ମହିମା ଧାମରେ ଚାଲିଥିବା ମାଘ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ମାଘ ମେଳାରେ ସାମିଲ ହେବା ସହ ପୂଜ୍ୟ ସାଧୁ ସନ୍ଥ ମାନଙ୍କ ଆଶୀର୍ବାଦ ନେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ମହିମା ବିଚାରଧାରା, ମହିମା ଗୋସାଇଁଙ୍କ ବାଣୀ, ସନ୍ଥକବି ଭୀମ ଭୋଇ ସାହିତ୍ୟ ମାଧ୍ୟମରେ ଦେଇଥିବା ମୂଲ୍ୟବାନ ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ଏହି ଅନନ୍ୟ ଲୋକ ପରମ୍ପରା ଆମ ସମସ୍ତଙ୍କ ପାଇଁ ଜୀବନ ଆଦର୍ଶ ।
ସେ କହିଛନ୍ତି ଯେ ସମାଜରେ ଭାତୃଭାବକୁ ସୁଦୃଢ କରିବା, ଧର୍ମ ଓ ଆଧ୍ୟାତ୍ମିକ ପଥରେ ବିଶ୍ୱାସ କରିବା, ଇଶ୍ୱର ଶକ୍ତିଙ୍କ ପାଖରେ ସମର୍ପିତ ହେବା ଓ ସରଳ ଜୀବନଯାପନର ଏହି ପରମ୍ପରା ବିଶ୍ୱକୁ ସର୍ବୋପରି ମାର୍ଗଦର୍ଶନ ଦେଉ, ଏହା ଆଜିର ଦିନରେ କାମନା କରୁଛି ।