ମାଲକାନଗିରି, ମାଲକାନଗିରି ଜିଲ୍ଲା ସ୍ଵାମୀ ବିବେକାନନ୍ଦ ଲୋକସଂସଦ ଆନୁକୂଲ୍ୟରେ ଏହାର ବିଚାରଧାର ବିଭାଗ ଦ୍ଵାରା ଅଷ୍ଟାଦଶ ତମ ଇ-ପାଠଚକ୍ର ଗତକାଲି ସନ୍ଧ୍ୟାରେ ଓଡ଼ିଆ ସାହିତ୍ୟରେ ଗାଳ୍ପିକ ଗୋଲକଚନ୍ଦ୍ର ଦଳାଇଙ୍କ ନିଜସ୍ଵ ଅନୁଭୂତି ଶୀର୍ଷକ ପ୍ରସଙ୍ଗ ଉପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳାଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ପ୍ରଥମ ଗଳ୍ପଠାରୁ ଆରମ୍ଭ କରି ବର୍ତ୍ତମାନର ଗଳ୍ପ ସଂକଳନର ଧାରା ଓ ବିବର୍ତ୍ତନ ଉପରେ ସବିଶେଷ ଆଲୋଚନା କରିଥିଲେ। ଲେଖକ ଗଳ୍ପ ମାଧ୍ୟମରେ ସମାଜରେ ସାମାଜିକ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥାଏ ଓ ସମାଜର ନକାରତ୍ମକ ଦିଗରୁ ଦୂରେଇ ରହିବା ପାଇଁ ଲୋକମାନଙ୍କୁ ସଚେତନ କରିଥାଏ ।
ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ମାଲକାନଗିରି ଜିଲ୍ଲା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦର ସଭାପତି ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିଲେ।ଚାଲାଣଗୁଡା କେ.ଜି.ବି.ଭି.ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଭାରାଣୀ ବିଶ୍ଵାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲା ବେଳେ ଆଜୀବନ ସଦସ୍ୟା ଶିକ୍ଷୟତ୍ରୀ ଅଙ୍ଗୁରବାଳା ସ୍ଵାଇଁ ମନ୍ତ୍ରପାଠ ଓ ଶାନ୍ତିପାଠ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଆଜୀବନ ସଦସ୍ୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।