ପୁରୀ, ଲୋକନାଥ ରୋଡ଼ ସ୍ଥିତ ନୀଳାଚଳ ନାରାୟଣ ଆୟୁର୍ବେଦ ଚତୁସ୍ପାଠୀ ଉଚ୍ଚ ମାଧ୍ୟମିକ (ଯୁକ୍ତ ୨) ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବେଦ ପାଠ ସହ ଶୁଶ୍ରୀ ଅଭିଲିପ୍ସା ଦାଶ ସ୍ଵାଗତ ସଂଗୀତ ଗାନ କରିଥିଲେ। ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧକ୍ଷା ଡ଼ଃ. ମୀରା ରାଣୀ ଖଣ୍ଡୁଆଳଙ୍କର ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼ଃ. ବଳରାମ ଦାଶ ଅତିଥି ପରିଚୟ ଓ଼ ସ୍ଵାଗତ ଭାଷଣ ପ୍ରଦାନ କରି ଏହି ଶିବିରର କାର୍ଯ୍ୟକ୍ରମ ତଥା ଆଭିମୁଖ୍ୟ ସମ୍ପର୍କରେ ବର୍ଣନା କରି ବାଳିକା ମାନଙ୍କୁ ଆତ୍ମସୁରକ୍ଷାର କୌଶଳ ସମ୍ବଦ୍ଧରେ ଅବଗତ କରିଥିଲେ। ସାମନ୍ତ ଚନ୍ଦ୍ରଶେଖର ଜୁନିଅର ମହାବିଦ୍ୟାଳୟର ଅଧ୍ୟକ୍ଷ ବିଟା ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀ ମାନଙ୍କ ପାଠ ପଢ଼ାରେ ମନୋନିବେଶ ସହ ବାଳିକା ଆତ୍ମରକ୍ଷା ଶିବିରର ଆତ୍ମରକ୍ଷା ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ବାଳିକା ମାନେ ଆତ୍ମାରକ୍ଷା କୌଶଳରେ ସିଦ୍ଧି ଲାଭ କରି ଦୁଷ୍ଟ ମାନଙ୍କ ବିନାଶ ପାଇଁ ମା ଦୁର୍ଗା ପରି ହେବା ଉଚିତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ବିଜୟ ମିଶ୍ର, ଗଙ୍ଗାଧର ମହାନ୍ତି, ପଣ୍ଡିତ ଦୟାନିଧି ପଣ୍ଡା, କିଶୋରଚନ୍ଦ୍ର ସିଂ ଯୋଗଦେଇ ଏହି କୌଶଳକୁ ସମାଜରେ ଉପଯୋଗ କରିବାକୁ ବାଳିକା ମାନଙ୍କୁ ପରାମର୍ଶ ଦେଇଥିଲେ। ବିଜୟ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଅଧ୍ୟାପକ ଡ଼ଃ. ବଳରାମ ଦାଶଙ୍କର ସାରଳା ମହାଭାରତରେ ପ୍ରମୁଖ ଚରିତ୍ର ପୁସ୍ତକଟି ଉନ୍ମୋଚିତ ହୋଇଥିଲା। ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ରଙ୍କର “ଉତ୍କଳ ମଣି “ପୁସ୍ତକଟି ମଧ୍ୟ ଉନ୍ମୋଚିତ ହୋଇଥିଲା। ସଭାରେ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ମଧୁ ବାବୁଙ୍କ ଜୟନ୍ତୀ ସମ୍ପର୍କରେ ବକ୍ତାମାନେ ମଧ୍ୟ ଆଲୋଚନା କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପାତ୍ର ସହ ପୁରସ୍କୃତ କରାଯାଇଥିଲା।