ନୀଳାଚଳ ନାରାୟଣ ଆୟୁର୍ବେଦ ଚତୁସ୍ପାଠୀ ବାଳିକା ପ୍ରଶିକ୍ଷଣ ଶିବିର ଅପରାହ୍ନ ରେ ନୀଳାଚଳ ନାରାୟଣ ଉଚ୍ଚ ମଧ୍ୟାତ୍ମିକ ବିଦ୍ୟାଳୟ ରେ ଉଦଯାପିତ ହୋଇଯାଇଅଛି l ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ ଓ ବେଦ ପାଠ ସହ ଶୁଶ୍ରୀ ଅଭିଲିପ୍ସା ଦାଶ ସ୍ୱାଗତ ସଂଗୀତ ଗାନ କରିଥିଲେ l ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଅଧକ୍ଷା ଡ଼ଃ ମୀରା ରାଣୀ ଖଣ୍ଡୁଆଳଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼ଃ ବଳରାମ ଦାଶ ଅତିଥି ପରିଚୟ ଓ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଏହି ଶିବିର ର କାର୍ଯ୍ୟକ୍ରମ ତଥା ଆଭିମୁଖ୍ୟ ସମ୍ପର୍କ ରେ ବର୍ଣ୍ଣନା କରି ବାଳିକା ମାନଙ୍କ ଆତ୍ମସୁରକ୍ଷା ର କୌଶଳ ସମ୍ବଦ୍ଧ ରେ ଅବଗତ କରିଥିଲେ l ସମନ୍ତଚନ୍ଦ୍ରଶେଖର ଜୁନିଅର ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଟା ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରୀ ମାନଙ୍କ ପାଠ ପଢ଼ାରେ ମନୋନିବେଶ ସହ ବାଳିକା ଆତ୍ମାରକ୍ଷା ଶିବିରର ଆତ୍ମରକ୍ଷା ବିଷୟରେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତl ପ୍ରବନ୍ଧିକ ସତ୍ୟନାରାୟଣ ମିଶ୍ର ବାଳିକା ମାନେ ଆତ୍ମାରକ୍ଷା କୌଶଳ ରେ ସିଦ୍ଧି ଲାଭ କରି ଦୁଷ୍ଟ ମାନଙ୍କ ବିନାଶ ପାଇଁ ମା ଦୁର୍ଗା ପରି ହେବl ଉଚିତ ବୋଲି କହିଥିଲେ l ସମ୍ମାନିତ ଅତିଥି ରୂପେ ସାମ୍ବାଦିକ ବିଜୟ ମିଶ୍ର, ଗଙ୍ଗାଧର ମହାନ୍ତି, ପଣ୍ଡିତ ଦୟାନିଧି ପଣ୍ଡା, କିଶୋରଚନ୍ଦ୍ର ସିଂ ଯୋଗ ଦେଇ ଏହି କୌଶଳ କୁ ସମାଜରେ ଉପଯୋଗ କରିବାକୁ ବାଳିକା ମାନଙ୍କୁ ପରାମର୍ଶ ଦେଇଥିଲେ l ବିଜୟ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଧ୍ୟାପକ ଡ଼ଃ ବଳରାମ ଦାଶ ଙ୍କର ” ସାରଳା ମହାଭାରତ ରେ ପ୍ରମୁଖ ଚରିତ୍ର “ପୁସ୍ତକ ଟି ଉନ୍ମୋଚିତ ହୋଇଥିଲା l ପ୍ରlବନ୍ଧିକ ସତ୍ୟନାରାୟଣ ମିଶ୍ର ଙ୍କର “ଉତ୍କଳ ମଣି “ପୁସ୍ତକ ଟି ମଧ୍ୟ୍ୟ ଉନ୍ମୋଚିତ ହୋଇଥିଲା l ସଭା ରେ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସଭା ରେ ମଧୁ ବାବୁ ଙ୍କର ଜୟନ୍ତୀ ସମ୍ପର୍କ ରେ ବକ୍ତlମାନେ ମଧ୍ୟ ଆଲୋଚନା କରିଥିଲେ l ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପାତ୍ର ସହ ପୁରସ୍କୃତ କରାଯାଇଥିଲା l
Related Stories
November 25, 2024