
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ ,
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ ତମ ଶ୍ରାଦ୍ଧ ଉତ୍ସବ ଅବସରରେ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ମଧୁସୁଦନ ପାର୍କ ପରିସରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ଯୋଗ ଦେଇଥିଲେ। ପାର୍କ ରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନଙ୍କ ଦ୍ବାରା ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ଏହି ଅବସରରେ ଉପସ୍ଥିତ ଅତିଥି ଓ ସଦସ୍ୟ ମାନଙ୍କ ଦ୍ବାରା ମଧୁସୁଦନ ଦାସଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ଅତିଥି ମାନେ ମଧୁସୁଦନ ଙ୍କ ଶ୍ରୀକ୍ଷେତ୍ର ମାଟି ଓ ମହାପ୍ରଭୁ ଙ୍କ ପ୍ରତି ଥିବା ଅବଦାନ ର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯିବା ସହ ସ୍ଵର୍ଗଦ୍ଵାର ର ସୁରକ୍ଷା ସେବକ ବ୍ରଜ ବନ୍ଧୁ ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ ଙ୍କ ସହ ସଦସ୍ୟ ଅରୁଣ ମହାନ୍ତି, ଦେବାଶିଷ ପାଣ୍ଡେ, ସତ୍ୟ ନାରାୟଣ ସାହୁ, ସନ୍ତୋଷ କୁମାର ବିନ୍ଧାଣୀ, ଦେବରାଜ ଦାସ ଓ ବିପିନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।