ପୁରୀରେ ଜୁଡ଼ୋ ପାଇଁ ପର୍ଯ୍ୟାପ୍ତ ଭିତିଭୂମି ଅଭାବ ସତ୍ତ୍ଵେ ବାରମ୍ବାର ଜୁଡ଼ୋ ଖେଳାଳୀଙ୍କ ରାଜ୍ୟସ୍ତରୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନର କାରନାମା ଦୋହାରାଇଛନ୍ତି । ଗତ ଫେବୃଆରୀ ୨ ତାରିଖରେ ଭୁବନେଶ୍ଵର ଭଞ୍ଜ କଳା ମଣ୍ଡପ ଠାରେ ରାଜ୍ୟସ୍ତରୀୟ ସବ୍-ଜୁନିୟର ଓ କ୍ୟାଡ଼େଟ୍ ପର୍ଯ୍ୟାୟ
ପ୍ରତିଯୋଗିତାରେ ବିଭିନ୍ନ ଓଜନ ବିଭାଗରେ ପୁରୀ ଜୁଡ଼ୋକା ମାନେ ୬ ଟି ସ୍ଵର୍ଣ୍ଣ ପଦକ, ୫ ଟି ରୌପ୍ୟ,୪ଟି କାଂସ୍ୟ ପଦକ ସହ ଓଡ଼ିଶା ଜୁଡ଼ୋ ସ୍କୁଲ ପକ୍ଷରୁ ଖେଳି ଦଳଗତ ଚମ୍ପିୟାନ୍ ହୋଇଥିଲେ । ସବ୍ ଜୁନିୟର ର ୩୫ କିଲୋ ବର୍ଗରେ ନିଖିଲ କୁମାର ସାହୁ, ୫୦ କିଲୋ ବର୍ଗରେ ଏସ୍ କ୍ରୀଷ୍ଣା ରେଡ୍ଡୀ,
୫୫ କିଲୋ ବର୍ଗରେ ରତ୍ନାକର ମହାକୁଡ଼, ୬୦ କିଲୋ ବର୍ଗରେ ଦେବଦତ ରାୟ ସ୍ଵଣ୍ଣ ପଦକ ଜିତିଥିବା ବେଳେ କ୍ୟାଡେଟ ବର୍ଗରେ ୫୦ କିଲୋ ଓଜନରେ ତିଲୁ ବରାଳ ଏବଂ ୮୧ କିଲୋ ବର୍ଗରେ ରୁଦ୍ର ପ୍ରସାଦ ପଣ୍ଡା ସ୍ଵର୍ଣ୍ଣ ଜିତି ପୁରୀ ପାଇଁ ଗର୍ବ ଆଣିଥିଲେ । ଓଡ଼ିଶାର ପ୍ରଥମ ମହିଳା ଜୁଡ଼ୋ କୋଚ୍
ସବିତା ନନ୍ଦଙ୍କ ତତ୍ତ୍ଵାବଧାନରେ ଜୁଡ଼ୋ ଖେଳାଳୀମାନେ ବଳିଆପଣ୍ଡା ସ୍ଥିତ ବେଟ୍ରିକ୍ସ ବିଦ୍ୟାଳୟ ଏବଂ ପୁରୀ ଜିଲ୍ଲା ସ୍କୁଲ ଠାରେ ନିୟମିତ ଅଭ୍ୟାସ କରୁଥିଲେ । ପିଲାମାନଙ୍କ ଏହି ସଫଳତାରେ କୁଡ଼ୋ କୋଚ୍ ଶ୍ରୀମତୀ ନନ୍ଦ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ସ୍ପର୍ଶ ବିଜେତାମାନେ ଚଳିତ ମାସ ୧୭ ତାରିଖରେ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତର
ପ୍ରତିଯୋଗିତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ବେଟ୍ରିକ୍ ବିଦ୍ୟାଳୟର ୪ ଜଣ ଛାତ୍ରମାନେ ସ୍ଵର୍ଣ୍ଣ ଯିତିଥିବାରୁ ଶନିବାର ଏକ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବେଟ୍ରିକ୍ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫାଦର ସାଇମନ୍ ଲାକ୍ରା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇବା ସହ କୋଚ୍ ଏବଂ ସିନିୟା ଖେଳାଳୀଙ୍କ ଆନ୍ତରିକ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗକୁ ପୁରୀରେ ଜୁଡ଼ୋ ଭିତିଭୁମିର ବିକାଶ ହେଲେ ପୁରୀରେ ଜୁଡ଼ୋ ଖେଳର ଚାହିଦା ବୃଦ୍ଧି ହେବା ସହ ଅନେକ ଜାତୀୟସ୍ତରୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଖେଳାଳୀ ପୁରୀ ପାଇଁ ଗୌରବ ଆଣି ପାରିବେ ବୋଲି ପଦକ ବିଜେତା ଜୁଡ଼ୋକାମାନେ ପ୍ରକାଶ କରିଛନ୍ତି ।
Related Stories
November 25, 2024