
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ ସ୍ୱାମୀ ବିବେକାନନ୍ଦ ଯୁବଶକ୍ତି ସଂଗଠନର ଯୁବ ସଶକ୍ତିକରଣ ନିମିତ୍ତ ପ୍ରଶିକ୍ଷଣ ଶୃଙ୍ଖଳାରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ମାନଙ୍କ ପାଇଁ ପରୀକ୍ଷା ସମୟରେ ମାନସିକ ସନ୍ତୁଳନ ଓ ଉପଯୁକ୍ତ ପ୍ରସ୍ତୁତି ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ପ୍ରଶାସକ ଓ ଆଲୋଚକ ଶ୍ରୀ ଲକ୍ଷ୍ମୀ ନାରାୟଣ ମଲ୍ଲିକ ଛାତ୍ରଛାତ୍ରୀ ମାନଙ୍କୁ ସଫଳ ଜୀବନ ପାଇଁ ସ୍ୱପ୍ନ ଦେଖି ତାର ବାସ୍ତବ ରୂପାୟନ ଉଦ୍ଦେଶ୍ୟରେ ପ୍ରୟାସରତ ହେବାକୁ ପ୍ରେରଣା ଦେଇଥିଲେ। ପରୀକ୍ଷାର୍ଥୀ ଭାବରେ ସମୟାନୁବର୍ତୀ, ଅଧ୍ୟବସାୟୀ, ଆଗ୍ରହୀ, ଜିଜ୍ଞାସୁ, ଶୃଙ୍ଖଳିତ ହେବାପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷାବିତ ପ୍ରାଧ୍ୟାପକ ବାସୁଦେବ ଛାଟୋଇ ପରୀକ୍ଷାର୍ଥୀ ମାନଙ୍କୁ ଲେଖାପଢ଼ାର ନିୟମିତ ଅଭ୍ୟାସ, ଭୟମୁକ୍ତ ହୋଇ ପରୀକ୍ଷା ପ୍ରସ୍ତୁତି ସମ୍ବନ୍ଧରେ ଗଭୀର ଆଲୋକପାତ କରିଥିଲେ। ଅଧ୍ୟାପକ ସୁକାନ୍ତ ମହାନ୍ତି ବିବେକାନନ୍ଦଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ନାଗରିକ ଭାବେ ଏକ ଉତ୍ତମ ସମାଜ ଗଠନ ଦିଗରେ ଅନୁପ୍ରାଣିତ କରିଥିଲେ।
ଉପସ୍ଥିତ ପରୀକ୍ଷାର୍ଥୀ ମାନେ ଏହି କାର୍ଯ୍ୟକ୍ରମରୁ ବହୁ ସକାରାତ୍ମକ ଭାବନା ଗ୍ରହଣ କରିଥିଲେ ବୋଲି ମତପ୍ରକାଶ କରିଥିଲେ।
ସଙ୍ଗଠନର ଆବାହକ ଅଧ୍ୟାପକ ସୁକାନ୍ତ ମହାନ୍ତି ଭବିଷ୍ୟତରେ ଏହିଭଳି ବହୁ କାର୍ଯ୍ୟକ୍ରମ ଯୁବଗୋଷ୍ଠି ପାଇଁ ଗ୍ରହଣ କରାଯିବାର ଯୋଜନା ରହିଛି ବୋଲି ସୂଚନା ଦେଇଥିଲେ।