ଢ଼େଙ୍କାନାଳ, ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର ଯୋରନ୍ଦା ମାଘ ମେଳା । ଆଜି ମାଘ ଚତୁର୍ଦ୍ଦଶୀ । ଆସନ୍ତାକାଲି ମାଘ ପୂର୍ଣ୍ଣିମା । ତିନି ଦିନ ଧରି ଅନୁଷ୍ଠିତ ହେବ ଏହି ମେଳା । ସଂନ୍ଧ୍ୟାରେ ଗାଦି ମନ୍ଦିରର ଚାରି ଦ୍ଵାରରେ ଝାଡ଼ ଦୀପ ପ୍ରଜ୍ଵଳନ କରାଯିବ । ଏହି ଅବସରରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଚଳିତ ବର୍ଷ ଯୋରନ୍ଦା ମେଳାକୁ ୧୫୦ ବର୍ଷ ପୂରଣ ହୋଇଛି । ମହିମା ଧର୍ମର ରୀତିନୀତି ଅନୁସାରେ ଚଳିତ ବର୍ଷ ୧୫୦ ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ । ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କୋଭିଡ଼୍ ସ୍ଥିତି ସ୍ଵାଭାବିକ୍ ହେବା ପରେ ଦୁଇ ବର୍ଷ ପରେ ବିନା କଟକଣାରେ ଚଳିତ ବର୍ଷ ମେଳା ଅନୁଷ୍ଠିତ ହେଉଥିବାରୁ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି ।