କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ ଦୀର୍ଘ ୭ଦିନ ଧରି ଚାଲୁ ରହିଥିବା ଚିତ୍ରକଳା ପ୍ରଦର୍ଶନୀ ର ଶୀର୍ଷକ “ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର ” ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ସୁଶାନ୍ତ ମେହେର,ବିଶ୍ୱମୋହନ ରଥ,ଶିଶୁ ସମାଚାର ର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ପଣ୍ଡା, ଶୁସାହିତ୍ୟିକ ସିବସୁନ୍ଦର ମିଶ୍ର, ଶିଳ୍ପୀ ଚନ୍ଦ୍ରଶେଖର ମହାରଣା ଏବଂ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |ଏଥିରେ ଶ୍ରୀକ୍ଷେତ୍ର ପୁରୀର ଅନେକ ତୀର୍ଥସ୍ଥାନ ଓ ସାମାଜିକ ଚଳନି କୁ ସ୍ଥାନିତ କରାଯାଇଥିଲା | ଏଥିରେ ୯୩ ଟି ଚିତ୍ର ସ୍ଥାନ ପାଇଥିବାବେଳେ ୮୩ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ | ଶ୍ରୀକ୍ଷେତ୍ର ର ପରମ୍ପରା ଓ ସାମାଜିକ ଚଳନୀ ଓ ରୀତିନୀତି କୁ ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗାମାଧବ କର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
Related Stories
November 25, 2024