
ବାରିପଦା, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ଗ୍ରୀଡ଼ ନିକଟରେ ଆଜି ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ହାଇୱା ପଛରେ ବସ୍ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଆଜି ଦିନ ପ୍ରାୟ ୧୧ ଟା ସମୟରେ କଲ୍ୟାଣି ନାମକ ଏହି ଘରୋଇ ଯାତ୍ରୀବାହୀ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ହାତୀବାରିରୁ କରଞ୍ଜିଆ ଅଭିମୁଖେ ଆସୁଥିଲା । କରଞ୍ଜିଆ ଗ୍ରୀଡ଼ ନିକଟରେ ଏକ ହାଇୱା ରାସ୍ତାକଡ଼ରେ ଠିଆ ହୋଇଥିଲା । ବସ୍ ଟି ଭାରସାମ୍ୟ ହରାଇ ହାଇୱା ପଛରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ବସ୍ ଛାଡ଼ି ଫେରାର୍ ହୋଇଯାଇଛି । ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ ।