
ବଲାଙ୍ଗିର, ଟିଟିଲାଗଡ଼ ଏକ୍ସିସ୍ ବ୍ୟାଙ୍କ୍ ନିକଟରୁ ଲିଙ୍ଗରାଜ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ଏସଟିଏଫ୍ ଦଳ ଗୋଟିଏ ଏୟାର ବ୍ୟାଗ୍ ଭିତରୁ ୩୧ ଲକ୍ଷ ଟଙ୍କା ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି। ସେ ଏକ ବାଇକ ରେ ଆସି ସେଠାରେ ଠିଆ ହୋଇଥିବା ବେଳେ ଅନୁସନ୍ଧାନକାରୀ ଦଳ ହାବୁଡରେ ପଡିଥିଲା। ଏସଟିଏଫ୍ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି।