
ଭୁବନେଶ୍ଵର, ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତର ତଥା ଉତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ ତଳ ମୁହାଁ ହୋଇଛି ପାରଦ । ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀରେ ୫.୦ ଡ଼ିଗ୍ରୀ ତଳକୁ ଖସିଛି । ସେହିପରି ଜି. ଉଦୟଗିରିରେ ରାତ୍ରି ତାପମାତ୍ରା ୪.୬ ଡ଼ିଗ୍ରୀ ତଳକୁ ଖସିଛି । ଅନୁରୂପ ଭାବେ ଭବାନୀପାଟଣାରେ ୪.୪ ଡ଼ିଗ୍ରୀ, ଢ଼େଙ୍କାନାଳରେ ୩.୫ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୩.୫ ଡ଼ିଗ୍ରୀ, ପାରାଦୀପରେ ୩ .୧ ଡ଼ିଗ୍ରୀ, ବାରିପଦାରେ ୩.୦ ଡ଼ିଗ୍ରୀ, ଟିଟିଲାଗଡ଼ରେ ୩.୦ ଡ଼ିଗ୍ରୀ, ନୟାଗଡ଼ରେ ୩.୦ ଡ଼ିଗ୍ରୀ ଏବଂ ବୌଦ୍ଧରେ ୩.୦ ଡ଼ିଗ୍ରୀ ତଳକୁ ଖସିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।