-
ଝାରସୁଗୁଡା ଡାକ୍ତରଖାନାର ଇସିଜି ରିପୋର୍ଟ ସାର୍ବଜନୀନ କରାଯାଉ – ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ନବ ଦାସ ହତ୍ୟା ମାମଲାର ପୁଣି ଥରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ପୋଲିସ ଉପରେ ତାଙ୍କର ଆଦୌ ବିଶ୍ୱାସ ନାହିଁ । ରାଜ୍ୟ ପୋଲିସ ରାଜନୈତିକ ଦଳର କର୍ମୀ ଭାବେ କାମ କରୁଛନ୍ତି । ତେଣୁ ନବ ଦାସଙ୍କ ହତ୍ୟା ମାମଲା ପରେ ସେ ଓଡିଶା ପୋଲିସ ପକ୍ଷରୁ ତାଙ୍କୁ ଦିଆଯାଇଥିବା ପିଏସଓକୁ ସେ ଫେରାଇବାକୁ ନିଷ୍ପତି ନେଇଛନ୍ତି ।
ସେ କହିଛନ୍ତି ଯେ ନବ ଦାସଙ୍କୁ ଗୁଳି କରାଯିବା ପରେ ଯେତେବେଳେ ଝାରସୁଗୁଡା ହସପିଟାଲକୁ ନିଆଯାଇଥିଲା ସେତେବେଳେ ସେଠାରେ ତାଙ୍କର ଇସିଜି କରାଯାଇଥିବ । ସେହି ଇସିଜି ରିପୋର୍ଟକୁ ସାର୍ବଜନୀନ କରାଯାଉ ବୋଲି ସେ ଦାବି କରିଛନ୍ତି ।
ଝାରସୁଗୁଡାରୁ ଭୁବନେଶ୍ୱର ଅଣାଯିବା ପାଇଁ ତାଙ୍କର ସ୍ୱାସ୍ଥ୍ୟବସ୍ଥ୍ୟା ଅନୁମତି ଦେଉଥିଲା ନା ନାହିଁ ସେ ସମ୍ପର୍କରେ ମଧ୍ୟ ରିପୋର୍ଟକୁ ସାର୍ବଜନୀନ କରାଯାଉ ବୋଲି ସେ କହିଛନ୍ତି ।