-
ଜୟପୁର ସ୍ଥିତ ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ :୧୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ
ଜୟପୁର, ଆଜି ଜୟପୁର ସ୍ଥିତ ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗଦେଇ ଅନୁଷ୍ଠିତ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରିୟ ଭାଇ ଓ ଭଉଣୀ ମାନେ । ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର । ଆପଣମାନେ ଖୁସି ତ । ଏହାପରେ କରତାଳିରେ ଫାଟି ପଡିଥିଲା ସମ୍ପୂର୍ଣ୍ଣ ପରିବେଶ । ସମସ୍ତେ ଯେପରି କରତାଳିରେ ନିଜର ଖୁସିର ଜାହିର କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ବି ବହୁତ ଖୁସି । ଆଜି ଜୟପୁର ଆସି ଆପଣମାନଙ୍କୁ ଭେଟି ମୁଁ ବହୁତ ଖୁସି । ଗର୍ବର ବିଷୟ ଯେ, ଆମେ ଆଜି ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ପାଳନ କରୁଛୁ । ଏହି ଅବସରରେ ସେ ମହାରାଜା ବିକ୍ରମ ଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବଂ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକ୍ରମ ଦେବ କଲେଜ ଓଡ଼ିଶାର ଏକ ପ୍ରମୁଖ ହାୟାର ଏଜୁକେସନ ଇନଷ୍ଟିଟ୍ୟୁସନ । ବିକ୍ରମ ଦେବ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ହେଲା । ଗତକାଲି ଠାରୁ ସେ ଏନେଇ ଘୋଷଣା କରିଥିବା କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ, ପିଲାମାନେ ତୁମେ ମାନେ ଏଥିରେ ଖୁସି ତ । ଛାତ୍ରଛାତ୍ରୀମାନେ ତାଳି ମାରି ନିଜର ଖୁସି ଜାହିର୍ କରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ବି ବହୁତ ଖୁସି ।
ଏହି ଶୁଭ ଅବସରରେ ଜୟପୁର ସ୍ଥିତ ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏକ ମଡ଼ର୍ଣ୍ଣ ଅଡ଼ିଟୋରିୟମ୍ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ପିଲାମାନଙ୍କର ଏଜୁକେସନ, ସୋସିଆଲ ଓ କଲଚରାଲ ଆକ୍ଟିଭିଟିକୁ ଆହୁରି ଆଗକୁ ନେବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯୁବ ସମାଜ ଉପରେ ମୋର ପୁରା ଭରସା ଅଛି । ଯୁବପିଢ଼ି ହିଁ ଓଡ଼ିଶାର ଆଗାମୀ ଭବିଷ୍ୟତ ।
ଏହି ଅବସରରେ ୧୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟକୁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ସ୍ଵୟଂ ସହାୟକ ଗୋଷ୍ଠିଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ପ୍ରଥମେ ଜୟପୁର ଏୟାର ପୋର୍ଟରେ ପହଂଚିଥିଲେ । ସେଠାରୁ ହେଲିକେପ୍ଟର ଯୋଗେ ଜୟପୁର ଦଶହରା ପଡିଆରେ ପହଂଚିଥିଲେ । ସେଠାରେ ତାଙ୍କୁ ବିପୁଳ ସ୍ଵାଗତ କରାଯାଇଥିଲା । ଏହା ପରେ କାର୍ ଯୋଗେ ସଭା ସ୍ଥଳରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ଜିଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ରାଜ୍ୟ ଓ ରାଜ୍ୟ ବାହାର କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।